କୋଭିଡ ମାଡ଼ିଲା, ଗାଇଡ୍ ଲାଇନ୍ ଫେରିଲା । ଜାରି ହେଲା ପବ୍ଲିକ୍ ଆଡ୍ଭାଇଜରି । ପ୍ରତିଦିନ ଶହ ଶହ ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟଗୁଡ଼ିକ ସହ ବୈଠକ ପରେ କୋଭିଡ୍ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟଗୁଡ଼ିକୁ ଅକ୍ସିଜେନ୍, ଆଇସୋଲେସନ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ମୁକାବିଲା ଲାଗି ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା ସହ ଡାକ୍ତରଖାନା କେତେ ପ୍ରସ୍ତୁତ ଅଛନ୍ତି, ତାହାର ମକ୍ଡ଼୍ରିଲ୍ ବି ହୋଇଛି। ଆଇଡିଏସପି ଜରିଆରେ ଇନ୍ଫ୍ଲୁଏନ୍ଜା ଲାଇକ୍ ଇଲନେସ୍- ଆଇଏଲଆଇ ଓ ସିଭିଅର ଆକ୍ୟୁଟ୍ ରେସ୍ପିରେଟୋରୀ ଇଲନେସ୍- ‘ସାରି’ର ପରିଚାଳନା ପାଇଁ କୁହାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ସବୁ ‘ସାରି’ କେସର ଓ ୫ ପ୍ରତିଶତ ଆଇଏଲଆଇ କେସ୍ ର କରୋନା ପରୀକ୍ଷା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସବୁ କୋଭିଡ ପଜିଟିଭ ନମୁନାକୁ ଜିନମ ସିକ୍ବେନ୍ସିଂ ପାଇଁ ଆଇସିଏମ୍ଆରକୁ ପଠାଇବାକୁ କୁହାଯାଇଛି।