କୋରାପୁଟ ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ଅବିସ୍ମରଣୀୟ ଉତ୍ସବ ‘ପରବ’। ‘ପରବ – ୨୦୨୪’ ମହୋତ୍ସବର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଲୋକନୃତ୍ୟ, ଲୋକ ସଙ୍ଗୀତ, ଲୋକ ବାଦ୍ୟ, ଲୋକ ନାଟ୍ୟ, ଲୋକ ସାହିତ୍ୟ, ଲୋକ ଚେତନାକୁ ବଳିଷ୍ଠ କରିଥାଏ ‘ପରବ’। ବଣ୍ଡା, କୋୟା, ଗଦବା, କନ୍ଧ, ଦୁରୁଆ, ପରଜା ଆଦି ଜନଜାତି ସମ୍ପ୍ରଦାୟ ନିଜର ସ୍ଵତନ୍ତ୍ର କଳାକୁ ଏହି ମଞ୍ଚର ପ୍ରଦର୍ଶନ କରିଥାନ୍ତି। ଢେମସା, ସାଇଲୋଡ଼ି, ରିଞ୍ଜୋଡି ଆଦି ନୃତ୍ୟ ଏହି ପରବ ଉତ୍ସବକୁ ଆହୁରି ରଙ୍ଗୀନ କରେ। ଏହି ଉତ୍ସବରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ କୋରାପୁଟବାସୀଙ୍କ ପାଇଁ ବହୁ ଉନ୍ନୟନ ମୁଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତ ଅବସରରେ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲାର ବିକାଶର ଧାରାକୁ ଆଗେଇ ନେବା ପାଇଁ ଏହି ପ୍ରକଳ୍ପ ଗୁଡିକର ବିଶେଷ ଯୋଗଦାନ ରହିବ କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *