ଭୁବନେଶ୍ବର: କୋଲକାତା ଆରଜିକେ ହସ୍ପିଟାଲ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣା। ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରତିବାଦ ଜାରି ରହିଛି। ଏହାରି ମଧ୍ୟରେ ଓଡ଼ିଶା ସରକାର ମଧ୍ୟ ସଜାଗ ହୋଇଛନ୍ତି। ଖୁବ ଶୀଘ୍ର ଓଡ଼ଶାର ସମସ୍ତ ହସ୍ପିଟାଲ ଓ ମେଡ଼ିକାଲ କଲେଜ ଆସୁଛି ସ୍ୱତନ୍ତ୍ର ଏସଓପି। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ କଡାକଡି ଭାବେ ଲାଗୁ ହେବ ଏହି ଏସଓପି। କୋଲକାତାରେ ଯେଭଳି କାଣ୍ଡ ହେଲା ସେଭଳି କାଣ୍ଡ ଯେଭଳି ନ ହେବ ସେଥିପାଇଁ ଏସଓପିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ହସ୍ପିଟାଲ ଓ ମେଡ଼ିକାଲ କଲେଜରେ କେଉଁଠି ପୁଲିସ କିମ୍ବା ସିକ୍ୟୁରୀୃିଟି ମୁତୟନ ହେବେ। କେଉଁଠି କେମିତି ଆଲୋକର ବ୍ୟବସ୍ଥା ହେବ ସେଭଳି ନିୟମାବଳି ରହିବ। କଡାକଡି ଭାବେ ନିୟମ ପାଳନ କରିବାକୁ କୁହାଯିବ। ହସ୍ପିଟାଲରେ କାମ ନ ଥିବା ବାହାର ଲୋକଙ୍କ ପ୍ରବେଶକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦିଆଯିବ। ପ୍ରିନ୍ସିପାଲ ଓ ସୁପରିଟେଣ୍ଡେଣ୍ଟଙ୍କ ଦାୟିତ୍ୱ ଏହାକୁ ପାଳନ କରିବେ। ସରକାରୀ ହସ୍ପିଟାଲ ସହିତ ଘରୋଇ ହସ୍ପିଟାଲରେ ମଧ୍ୟ ଏହି ନିୟମ ଲାଗୁ କରାଯିବ।
ଡାକ୍ତରମାନଙ୍କ କାର୍ଯ୍ୟଚାପ କମାଇବା ପାଇଁ ୱାର୍କ ରିଡିଷ୍ଟ୍ରିବ୍ୟୁସନ ସଠିକ ଢଙ୍ଗରେ କରିବା ଉପରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଏଚଓଡି, ସୁପରିଟେଣ୍ଡେଣ୍ଟ ଓ ପ୍ରିନ୍ସିପାଲମାନେ ଏକ କମିଟି କରି ଏହି କାର୍ଯ୍ୟ ଚାପକୁ କମାଇବାକୁ ପଦକ୍ଷେପ ନେବେ। ଯାହାକି ଏସଓପିରେ ସ୍ଥାନ ଦିଆଯାଇଛି ବୋଲି ଡିଏମଇଟି ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି। ଏହି ଏସଓପି ଡ୍ରାଫଟିଂ ହୋଇଛି । ସରକାରଙ୍କ ଅନୁମୋଦନ ପରେ ଏହା ଖୁବ ଶୀଘ୍ର ଲାଗୁ ହେବ। ହସ୍ପିଟାଲରେ କିଭଳି ଶୃଙ୍ଖଳିତ ଭାବେ କାର୍ଯ୍ୟ ହେବ ତାକୁ ଏସଓପିରେ ଗୁରୁତ୍ୱ ଦିଆଯାଇଛି।
