ବିଜେଡି ନେତା ରାଜା ଚକ୍ରଙ୍କ ନାଁରେ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖାରେ ଗୋଟିଏ ମାମଲା ଥିବାବେଳେ କେନ୍ଦୁଝରର ବିଭିନ୍ନ ଥାନାରେ ୧୩ଟି କେସ୍ ରହିଛି । ସେଥିରୁ ୨୦୦୫ ମସିହାରେ କେନ୍ଦୁଝର ଟାଉନ ଥାନାରେ କେସ୍ ନମ୍ବର-୧୨୨ ରହିଥିବା ବେଳେ ୨୦୧୦ ମସିହାରେ କେନ୍ଦୁଝର ଟାଉନ ଥାନାରେ କେସ୍ ନମ୍ବର-୭୧,୨୦୧୨ ମସିହାରେ କେନ୍ଦୁ୍ଝର ଟାଉନ ଥାନାରେ ରାଜାଙ୍କ ନାଁରେ କେସ୍ ନମ୍ବର ୧୯୨,୧୯୩,୧୯୪,୧୯୫ ରହିଥିବା ବେଳେ ୨୦୧୪ ମସିହାରେ ପଣ୍ଡାପଡ଼ା ଥାନାରେ କେସ୍ ନମ୍ବର-୬୫,୨୦୧୯ରେ କେନ୍ଦୁଝର ଟାଉନ୍ ଥାନାରେ କେସ୍ ନମ୍ବର ୯୯,୨୦୨୧ ମସିହାରେ କେନ୍ଦୁଝର ସଦର ଥାନାରେ କେସ୍ ନମ୍ବର ୧୮୯,୨୦୨୪ ମସିହାରେ ଦୈତାରୀ ଥାନାରେ କେସ୍ ନମ୍ବର-୧୪, କେନ୍ଦୁଝର ଟାଉନ ଥାନାରେ କେସ୍ ନମ୍ବର-୩୦୮, ୨୦୨୫ ମସିହାରେ କେନ୍ଦୁଝର ଟାଉନ ଥାନାରେ କେସ୍ ନମ୍ବର-୧୭ ଓ ୧୮ ମାମଲା ରହିଛି । କେବଳ ରାଜା ନୁହଁନ୍ତି ତାଙ୍କ ସହଯୋଗୀ ସଦାଶିବ ସାମଲ ଓ ସୁଶାନ୍ତ କୁମାର ସାମଲଙ୍କ ନାଁରେ ମଧ୍ୟ ବିଭିନ୍ନ ଥାନାରେ ମାମଲା ରହିଛି ।
ସୂଚନା ଯୋଗ୍ୟ; କେନ୍ଦୁଝର ଶୁଆକାଟିରେ ଥିବା ‘ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି’ ଏବଂ ପରିବହନ ସମବାୟ ସମିତି ଲି. ୨୦୦୬ରେ ପଞ୍ଜିକୃତ ହୋଇଥିଲା। ସୋସାଇଟି ଦ୍ୱାରା ପ୍ରାପ୍ତ ଲାଭରୁ ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ଆର୍ଥିକ ଉନ୍ନତିମୂଳକ କାର୍ଯ୍ୟ ସହିତ କେନ୍ଦୁଝର ଖଣିରୁ ଲୁହାପଥର ଲୋଡିଂରେ ନିୟୋଜିତ ଥିଲା। ଅପରାଧିକ ଷଡ଼ଯନ୍ତ୍ର କରି ଶ୍ରମଦେୟ, ପରିଧି ବିକାଶ, ଭିତ୍ତିଭୂମି ଖର୍ଚ୍ଚ, ପ୍ରଭାବିତ ସଦସ୍ୟଙ୍କୁ ଦେୟ, ଇପିଏଫ କାଟ୍ ବାବଦରେ ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ତଦନ୍ତକାରୀ ସଂସ୍ଥା ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିଥିଲା। ମାମଲାରେ ଇଓଡବ୍ଲ୍ୟୁ ସମିତିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ଗିରଫ କରିସାରିଛି।