ନୂଆଦିଲ୍ଲୀ: ସବୁ ରାଜ୍ୟର ଆଇନ ବ୍ୟବସ୍ଥା ସମ୍ବନ୍ଧୀୟ ଅପଡେଟ୍ ମାଗିଲା ଏମଏଚଏ। କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିଜ ନିୟମ କଡାକଡି କରିଛି। ଏଣିକି ସବୁ ରାଜ୍ୟପ୍ରତି ଦୁଇ ଘଣ୍ଟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେବେ। ନିଜ ନିଜ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସବିଶେଷ ତଥ୍ୟ ଜଣାଇବେ। ସବୁ ରାଜ୍ୟ ଗୃହ ମନ୍ତ୍ରାଳୟକୁ ଗୋଟି ଗୋଟି କରି ଦୁଇ ଘଣ୍ଟାକୁ ଥରେ ଅପଡେଟ୍ ଜଣାଇବେ। କଲକତା ଦୁଷ୍କର୍ମ ଓ ହତ୍ୟା ମାମଲା ଏବଂ ରାଜ୍ୟ ଗୁଡିକରେ ବଢୁଥିବା ଅପରାଧକୁ ନେଇ କଡା ପଦକ୍ଷେପ ନିଆଯାଇଛି।