
ସିଏଜି ରିପୋର୍ଟ ଅନୁସାରେ ଖଣି ଲିଜ୍ଧାରୀଙ୍କଠାରୁ ଆଦାୟ ହୋଇପାରିନି ୩୯୬୬ କୋଟି ଟଙ୍କା । କୋର୍ଟ ନିର୍ଦ୍ଦେଶ ଅନୁସାରେ ନିୟମ ଉଲ୍ଲଂଘନ କରିଥିଲେ । ଶତପ୍ରତିଶତ ଜରିମାନା ହେବ । ୩୭୩ ଲଘୁ ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇ ନ ଥିଲା । ଏହା ସହ ୨୦୧୫-୨୨ ମଧ୍ୟରେ ଲଘୁ ଖଣିଜ ରାଜସ୍ବ ୨୯୬୮.୭୫ କୋଟି ।୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୫୨୦ ଲଘୁ ଖଣିଜ ଉତ୍ସ ମଧ୍ୟରୁ ୧୪୭ କାର୍ଯ୍ୟକ୍ଷମ ।
ସେହିପରି ୧୩୧ ଖଣି ଲିଜ୍ଧାରୀଙ୍କଠାରୁ ୧୯, ୧୭୮ କୋଟି ଆଦାୟ ନିର୍ଦ୍ଦେଶ ଥିଲା । ୬ ବର୍ଷ ମଧ୍ୟରେ ୧୯, ୧୭୮ କୋଟିରୁ ୩୯୬୬ କୋଟି ଆଦାୟ ହୋଇପାରିନି । ଅନାଦେୟରେ ସଂପତ୍ତି ଆଟାଚ୍ ନିର୍ଦ୍ଦେଶ ଥିଲେ ବି ଅନୁପାଳନ କରାଯାଇନାହିଁ ।
