ଘୋଷଣା ହେଲା ୨୦୨୫ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ତାରିଖ । ଏଥର ଦୁଇଟି ପର୍ୟ୍ୟାୟରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଚଳତବର୍ଷ ଦୁଇଟି ପର୍ୟ୍ୟାୟ ଇଣ୍ଟରନାଲ ଓ ମୁଖ୍ୟ ପରୀକ୍ଷା ହେବା ନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)ର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା ।
ପ୍ରଶାନ୍ତ କୁମାର ପରିଡା କହିଛନ୍ତି ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୬ ତାରିଖରୁ ଡିସେମ୍ବର ୩୦ ଯାଏଁ ହେବ । ପରେ ୨୦୨୫ ଜାନୁଆରୀ ୨ ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ତା ପରେ ମେନ ଏକଜାମ ବା ମୁଖ୍ୟ ପରୀକ୍ଷା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁ ସମସ୍ତ ବିଷୟରେ ପ୍ରାକ୍ଟିକାଲ ରହିଛି ସେହି ସମସ୍ତ ବିଷୟ ଗୁଡିକରେ ପ୍ରାକ୍ଟିକାଲ ମାର୍କ ୩୦ ଏବଂ ଥିଓରୀ ମାର୍କ ୭୦ ରହିଛି । ଅନ୍ୟପଟେ ଯେଉଁ ସମସ୍ତ ବିଷୟରେ ପ୍ରାକ୍ଟିକାଲ ନାହିଁ ସେହି ସମସ୍ତ ବିଷୟରେ ଇଣ୍ଟରନାଲ ୨୦ ମାର୍କ ଏବଂ ଥିଓରୀ ରେ ୮୦ ମାର୍କ ହେବ ପରୀକ୍ଷା ହେବ ।
ସେହିପରି ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ। ତେବେ ବର୍ତ୍ତମାନ ଫର୍ମ ଫିଲ ଅପ ଚାଲିଛି, ତେଣୁ ଯେଉଁମାନେ ଫର୍ମ ଫିଲଅପ୍ କରିନାହାନ୍ତି, ସେମାନେ ଫାଇନ ଡେଟରେ କରିବେ । ୭୫ ପ୍ରତିଶତ ଉପସ୍ଥାନ ନଥିଲେ, ମିଳିବନି ଆଡମିଟ କାର୍ଡ। କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ ଥିବ, ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ବୋଲି ସୂଚନା ଦେଇଛନ୍ତି ଡକ୍ଟର ପ୍ରଶାନ୍ତ କୁମାର ପରିଡା।