
ଏଥିରେ ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇବେ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଦୁଇ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ ।
ସୂଚନା ଯୋଗ୍ୟ; ପୂର୍ବ ବିଜେଡି ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ମାସିକ ୨୫ ହଜାର ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ। ଏବେ ଏହାକୁ ବଢ଼ାଯାଇ ମାସିକ ୩୦ ହଜାର ଟଙ୍କା ସହାୟତା ରାଶି କରାଯାଇଛି।
