ଆଜି ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲରେ ୨୫୪ ରନ୍ କରି ଆଇସିସି ଚାମ୍ପିଅନ୍ସ ଟ୍ରଫି ହତେଇଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ନିଜ ଇନିଂସରେ ୨୫୧ ରନ କରି ଭାରତକୁ ୨୫୨ରନର ଟାର୍ଗେଟ ଦେଇଥିଲା। ଏହାପରେ ଟିମ ଇଣ୍ଡିଆ ପଡିଆରେ ନିଜର ଶାନଦାର ପ୍ରଦର୍ଶନ କରି ୨୫୪ ରନ ହାସଲ କରି ବଡ଼ ବିଜୟ ହାସଲ କରିଛି। ଏଥିସହ ଭାରତ ତୃତୀୟ ଚାମ୍ପିଅନ୍ସ ଟ୍ରଫି ଜିତିବାରେ ସଫଳ ହୋଇଛି । ଆଉ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଭାରତ ସର୍ବାଧିକ ତୃତୀୟ ଟ୍ରଫି ଜିତିବାରେ ସଫଳ ହୋଇଛି ।
ଭାରତ-ନ୍ଯୁଜିଲାଣ୍ଡ ମଧ୍ଯରେ ଖେଳାଯାଉଥିବା ଚାମ୍ପିୟନ୍ସ ଟ୍ରଫି-୨୦୨୫ ଫାଇନାଲରେ ପ୍ରଥମେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଡାରିଲ ମିଚେଲଙ୍କ ୬୩ ରନ ଓ ମିଚେଲ୍ ବ୍ରେସୱେଲଙ୍କ ଦମଦାର ୫୩ ରନର ଅପରାଜିତ ଇନିଂସ ବଳରେ ୭ ୱିକେଟ୍ ହରାଇ ୨୫୧ ରନ କରିଥିଲା । ଜବାବରେ ଅଧିନାୟକ ରୋହିତ ଶର୍ମାଙ୍କ ୭୬ ରନ ସହ ଶ୍ରେୟସ ଆୟରଙ୍କ ୪୮ ରନ କେଏଲ ରାହୁଲଙ୍କ ଅପରାଜିତ ୩୩ ରନ ବଳରେ ୪୯ ଓଭରରେ ୬ ୱିକେଟ୍ ହରାଇ ଭାରତ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ।