ଯାଜପୁର ଜିଲ୍ଲାର ପୂର୍ବତନ ବିଜେପି ସଭାପତି ଗୈାତମ ରାୟ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ, ସିଡିଏମଓ ପ୍ରକାଶ ବେହେରାଙ୍କୁ ଭେଟି ଡାଇରିଆ ସ୍ଥିତି ସମ୍ପର୍କରେ ଆଲୋଚନା କଲେ। କିପରି ଏହାକୁ ତୁରନ୍ତ ଆୟତ୍ତକୁ ଆଣି ହେବ ସେନେଇ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି ବୋଲି ସିଡିଏମଓ ପ୍ରକାଶ ବଳ କହିଛନ୍ତି।ପରେ ଶ୍ରୀ ରାୟ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଫୋନରେ ଏ ସଂକ୍ରାନ୍ତରେ ଆଲୋଚନା କରିବା ସହ ବିହିତ ପଦକ୍ଷେପ ନେବା ପାଇଁ ଆଲୋଚନା କରିଥିଲେ ।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଚିକିତ୍ସିତ ହେଉଥିବା ଡାଇରିଆ ଆକ୍ରାନ୍ତ ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଲେ। କିଛି ଦିନ ପାଇଁ ଭୋଜି ଭାତ, ବାହାର ଖାଦ୍ୟ ପ୍ରତି ସତର୍କତା ଅବଲମ୍ବନ କରିବା, ପାଣି ଫୁଟାଇ ପିଇବା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିବା ସଚେତନତା କୁ ପାଳନ କରିବା ପାଇଁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ଗୈାତମ ରାୟ।
ଏହି ଅବସରରେ ଶ୍ରୀ ରାୟଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା, ସାଂସଦଙ୍କ ପ୍ରତିନିଧି ପ୍ରଦୀପ ଧଳ,ଜିତାମିତ୍ର ଦାସ,ନିଳାଞ୍ଚଳ ପରିଡ଼ା, ଜିତେନ୍ଦ୍ର ବେହେରା, ମଣ୍ଡଳ ସଭାପତି କେଶବ ମିଶ୍ର ଆଦି ଉପସ୍ଥିତ ଥିଲେ।