ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୮ଓ ୯ ତାରିଖରେ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମୋଦି ୮ ଜାନୁଆରିରେ ଆନ୍ଧ୍ରପ୍ରଦେଶଗସ୍ତରେ ଯାଇ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ, ଉଦଘାଟନ, ଶିଳାନ୍ୟାସ କରିବେ ।

 

ପ୍ରଧାନମନ୍ତ୍ରୀ ବିଶାଖାପାଟଣା ନିକଟସ୍ଥ ପୁଡିମାଡାକାଠାରେ ଏନଟିପିସି ଗ୍ରୀନ ଏନର୍ଜି ଲିମିଟେଡ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନ ଅଧୀନରେ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ହବ୍ ହେବ । ଏହି ପ୍ରକଳ୍ପରେ ୧,୮୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ।

 

ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ ୧୯,୫୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ, ଶିଳାନ୍ୟାସ ଓ ଉଦଘାଟନ କରିବେ ଯାହା ମଧ୍ୟରେ ରହିଛି ବିଶାଖାପାଟଣାଠାରେ ଦକ୍ଷିଣ-ତଟ ରେଳପଥ ମୁଖ୍ୟାଳୟର ଶିଳାନ୍ୟାସ ।

 

ତତସହିତ ପ୍ରଧାନମନ୍ତ୍ରୀ ଅନାକାପଲ୍ଲି ଜିଲ୍ଲାରେ ନାକାପଲ୍ଲିଠାରେ ଏକ ବଲକ୍ ଡ୍ରଗ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ତିରୁପତି ଜିଲ୍ଲାରେ ଚେନ୍ନାଇ-ବେଙ୍ଗାଲୁରୁ ଇଣ୍ଡଷ୍ଟ୍ରିଆଲ କରିଡର ଅଧିନସ୍ଥ କ୍ରିଷ୍ଣାପଟ୍ଟନମ ଶିଳ୍ପାଞ୍ଚଳ (କେଆରଆଇଏସ୍ ସିଟି) ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ପ୍ରାୟ ୧୦,୫୦୦ କୋଟି ଟଙ୍କାର ଉଲ୍ଲେଖନୀୟ ଉତ୍ପାଦନ ପୁଞ୍ଜିନିବେଶ ଆକୃଷ୍ଟ କରିବ ଏବଂ ପ୍ରାୟ ୧ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ।

Leave a Reply

Your email address will not be published. Required fields are marked *