ଯାଜପୁର ତା୨୧.୯ ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ପିଏଲଭି ମାନଙ୍କ ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇ ଯାଇଛି ।ଜିଲ୍ଲା ଦୈଉରା ଜଜ୍ ତଥା ଅଧ୍ୟକ୍ଷ ଆଇନ ସେବା ପ୍ରାଧିକରଣ ଶ୍ରୀ ଅମୃତ ରଞ୍ଜନ ନନ୍ଦ ପ୍ରଶିକ୍ଷଣ କୁ ଉଦ୍ଘାଟନ କରି ଉପଯୁକ୍ତ ଉପଭୋକ୍ତା ଙ୍କୁ ବିନା ଖର୍ଚ୍ଚ ରେ କିପରି ନ୍ୟାୟ ମିଳିବ ସେଦିଗରେ ପିଏଲଭି ମାନେ ନିଷ୍ଠାର ସହ ଦାୟିତ୍ଵ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ ।ପ୍ରଶିକ୍ଷକ ଭାବେ ଶ୍ରୀ ପାରସ ପାଢୀ ସିଭିଲ ଜଜ୍,ଅମିତ କୁମାର ନାୟକ ଆଇଜେଏମ୍ ମୁଖ୍ୟ ,ଡ଼ ରୁଦ୍ରନାରାୟଣ ପୃଷ୍ଟି ପ୍ରାକ୍ତନ ସଦସ୍ୟ ଆଇନ ସେବା ପ୍ରାଧିକରଣ,ନିରଞ୍ଜନ କର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ଏ ଏଲ ଓ ଯାଜପୁର,ଶ୍ରୀ ଗୁଣ୍ଡିଚା ସାମନ୍ତସିଂହାର ଜଜ୍ ପରିବାର ଅଦାଲତ,ପ୍ରମୁଖ ଯୋଗ ଦେଇ ଯଥାକ୍ରମେ କ୍ରିମନାଲ୍ ଲ ଏବଂ ପିଡଵଲ୍ୟୁଡିଭି ଆଇନ,ମାନବ ଚାଲାଣ ଓ ଗୋତି ଶ୍ରମିକ,ପିଏଲଭି ମାନଙ୍କ ଦାୟିତ୍ଵ ,ଭୂମିକା ଏବଂ ମହକିଲା ପରାମର୍ଶ ,ଶିଶୁ ଅଧିକାର ,ପରିବାର ଅଦାଲତ ସମ୍ପର୍କିତ ଆଇନ ବିଷୟ ରେ ପ୍ରଶିକ୍ଷଣ ଦେଇଥିବା ବେଳେ ପ୍ରାଧିକରଣ ର ସଚୀବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ସୂଚନା ପ୍ରଦାନ ସହ ପ୍ରଶିକ୍ଷଣ ପରିଚାଳନା କରିଥିଲେ ।ପ୍ରଶିକ୍ଷଣ ରେ ୪୨ଜଣ ପିଏଲଭି ଅଂଶ ଗ୍ରହଣ କରିଥିଲେ।ପ୍ରଶିକ୍ଷଣ ପରିଚାଳନା ରେ ପ୍ରାଧିକରଣ ର କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *