ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଏକ ଖୁସି ଖବର । ଜୟପୁରରେ OPSCର ନୂଆ ପରୀକ୍ଷା ଜୋନ୍ ନେଇ ସୂଚନା ଜାରି ହୋଇଛି । ଲିଖିତ ପରୀକ୍ଷା ପାଇଁ ଜୟପୁରରେ ନୂଆ ଜୋନ୍ ନେଇ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବର୍ତ୍ତମାନ OPSCର ୫ଟି ପରୀକ୍ଷା ଜୋନ୍ ଅଛି – ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ସମ୍ବଲପୁର ।
ଜାନୁଆରି ୧ ତାରିଖ ଦିନ ରାଜ୍ୟର ନିଯୁକ୍ତି କମିଶନ ମାନଙ୍କ ସହିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲା ଜୟପୁର ଠାରେ ଏକ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ପାଇଁ ଓଡ଼ିଶା ଲୋକ ସେବା ଆୟୋଗକୁ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଆଜି ଲୋକ ସେବା ଆୟୋଗ ଜୟପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
