ଡୋନାଲ୍ଡ ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ । ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ମସ୍କ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ଏହି ସୂଚନା ଦେଇଛନ୍ତି। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଜଣେ ସ୍ୱତନ୍ତ୍ର କର୍ମଚାରୀ ଭାବେ ମୋର ସମୟ ଶେଷ ହେଲା । ଅପବ୍ୟୟ ଖର୍ଚ୍ଚ ହ୍ରାସ କରିବାର ସୁଯୋଗ ପାଇଁ ମୁଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଡିଓଜିଓ ମିଶନ ସମୟ ସହିତ ଆହୁରି ଶକ୍ତିଶାଳୀ ହେବ କାରଣ ଏହା ସମଗ୍ର ସରକାରଙ୍କ ଜୀବନଶୈଳୀରେ ପରିଣତ ହେବ।
ସୂଚନା ଯୋଗ୍ୟ; ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ମସ୍କ ଟ୍ରମ୍ପ ପ୍ରଶାସନରେ ଜଣେ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି। ନିକଟରେ ମସ୍କ ଖୋଲାଖୋଲି ଭାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ବିଗ୍ ବିଉଟିଫୁଲ୍’ ଟିକସ ବିଲ୍ ସମାଲୋଚନା କରିଥିଲେ, ଯାହା ପରେ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ମତଭେଦ ଥିବା ସୂଚନା ମିଳିଥିଲା।