Oplus_131072

ଭୁବନେଶ୍ବର: ଜିଲ୍ଲା ଖଣିଜ ଫାଉଣ୍ଡେସନ (ଡିଏମ୍‌ଏଫ୍‌) ପାଣ୍ଠିର ବ୍ୟାପକ ଅପବ୍ୟବହାର ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ କଲ୍ୟାଣ ଲାଗି ଏହି ପାଣ୍ଠି ଗଠନ କରାଯାଇଥିଲେ ମଧ୍ୟ ସେହି ଟଙ୍କା ଖର୍ଚ୍ଚରେ ଦୁର୍ନୀତି ହୋଇଥିବା କୁହାଯାଉଛି। ରାଜ୍ୟ ସରକାର ଏବେ ଏହି ପାଣ୍ଠିର ଅପବ୍ୟବହାର ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ପହଞ୍ଚିଛି। ତାହାକୁ ବର୍ତ୍ତମାନ ଯାଞ୍ଚ କରାଯାଉଛି। ତଦନ୍ତ ରିପୋର୍ଟ ଆସିବା ପରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ସେ ଏହା ମଧ୍ୟ ଜଣାଇଛନ୍ତି ଯେ କୌଣସିଠାରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ। ସାର୍ବଜନୀନ ପାଣ୍ଠିର ଅପବ୍ୟବହାର ହେବାକୁ ଦିଆଯିବ ନାହିଁ। ଆର୍ଥିକ ଅନିୟମିତତା ରୋକିବାକୁ ସରକାର ଆକ୍ସନ୍ ମୁଦ୍ରାରେ ରହିଥିବା ସେ କହିଛନ୍ତି।

ଖଣି ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଶିକ୍ଷା, ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ, ମହିଳା ଓ ଶିଶୁ ବିକାଶ, ଦକ୍ଷତା ବୃଦ୍ଧି ଓ ବାସଗୃହ ଆଦି କ୍ଷେତ୍ରରେ ଡିଏମ୍ଏଫ୍ ପାଣ୍ଠିରୁ ପ୍ରାୟ ୧୯ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେଥିରୁ ସର୍ବାଧିକ ୧୧ ହଜାର କୋଟି ଟଙ୍କା କେନ୍ଦୁଝରରେ, ୭ ହଜାର କୋଟି ସୁନ୍ଦରଗଡ଼ରେ, ଯାଜପୁରରେ ୨୨୫୦ କୋଟି ଟଙ୍କା, ଅନୁଗୁଳରେ ୧୬୦୦ କୋଟି ଟଙ୍କା ଏବଂ ଝାରସୁଗୁଡ଼ାରେ ୩୮୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମୟୂରଭଞ୍ଜରେ ୧୦୦ କୋଟି ଟଙ୍କା, ରାୟଗଡ଼ାରେ ୨୬ କୋଟି ଟଙ୍କା ଏବଂ କୋରାପୁଟରେ ୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଦାବି ହେଉଛି। କିନ୍ତୁ ସେହି ଟଙ୍କା କେଉଁ ବାବଦରେ ଖର୍ଚ୍ଚ ‌କରାଯାଇଛି ତାହା ସ୍ପଷ୍ଟ ହେଉନାହିଁ। ଖାତା କଲମରେ ଅଧିକ ଖର୍ଚ୍ଚ ହୋଇଥିବା ନେଇ ଅଭିଯୋଗ ରହିଛି। ଖର୍ଚ୍ଚରେ ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ କିଛି ଅଧିକାରୀ ଓ ନେତା ମିଶି ସେହି ଦୁର୍ନୀତି କରିଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *