ସୁଭଦ୍ରା ଯୋଜନାକୁ ନେଇ ଆଜି ଏକ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତୃତୀୟ ପର୍ଯ୍ୟୟରେ ସାମିଲ ହେବେ ସମସ୍ତ ଅଙ୍ଗନୱାଡି କର୍ମୀ। ସମସ୍ତଙ୍କର ଯାଞ୍ଚ ସରିଛି। ରାଜ୍ୟର ସମସ୍ତ ଆଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କୁ ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା।
ଆଜି ସୁଭଦ୍ରା ଯୋଜନା ସଂପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ୧ କୋଟି ୧୬ ଲକ୍ଷରେ ପହଞ୍ଚିଲାଣି ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା । ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଆଜି ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ ବୈଠକ ବସିବ। ପୂର୍ବରୁ ୨ଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିଥିବା ବେଳେ ୨୪ ତାରିଖରେ ୩ୟ ପର୍ଯ୍ୟାୟ ଟଙ୍କା ମିଳିବ । ଏଥର ୨୦ରୁ ୨୫ ଲକ୍ଷ ମହିଳା ଏହି ଟଙ୍କା ପାଇବେ । ତେବେ ଏହି ପର୍ଯ୍ୟାୟରେ ରାଜ୍ୟର ଲକ୍ଷ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ।
ଏହା ସହ ୫ ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗଲ ଆକାଉଣ୍ଟ ଦେବାକୁ ପୁଣି ଥରେ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଗୋଟିଏ ମୋବାଇଲ ନମ୍ବର ସହ ଏକାଧିକ ଆକାଉଣ୍ଟ ଲିଙ୍କ ରହୁଛି। ଯେଉଁଥିପାଇଁ ବିଳମ୍ବ ହେଉଛି ତେଣୁ ଯେଉଁମାନେ ରହିଯିବେ ଆସନ୍ତା ଜାନୁଆରୀ ଓ ଫେବ୍ରୁଆରୀ ମାସରେ ପାଇବେ। କେହି ଜଣେ ବି ହିତାଧିକାରୀ ସୁଭଦ୍ରା ରୁ ବାଦ୍ ପଡିବେନି । ବାରମ୍ବାର ଚେକ୍ କରାଯିବ । ରୂପରେଖ ଫାଇନାଲ ହେବ । ୧ ତାରିଖ ଦିନ ନୋଡାଲ ଏଜେନ୍ସି ନିଯୁକ୍ତ ହେବ । କେହି ବି ବଂଚିତ ହେବେ ନାହିଁ