ଆସନ୍ତା ଡିସେମ୍ବର ମାସ ୧୫ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ପ୍ରାରମ୍ଭିକ(ପ୍ରିଲିମ୍) ପରୀକ୍ଷା। ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଏ ନେଇ କାର୍ଯ୍ୟସୂଚୀ ଜାରି କରାଯାଇଛି। ଡିସେମ୍ବର ୧୫ ରବିବାର ପରୀକ୍ଷା ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। ଗତ ଅକ୍ଟୋବର ୨୭ରେ ପରୀକ୍ଷା ହେବାର ଥିଲା। କିନ୍ତୁ ସେହି ସମୟରେ ବାତ୍ୟା ‘ଦାନା’ ଆସିବାରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା। ବର୍ତ୍ତମାନ ନୂତନ ତାରିଖରେ ପରୀକ୍ଷା ଆୟୋଜନ ଲାଗି ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *