ଆମ ରାଜ୍ୟର ଗଣପର୍ବ ରଜ ଅବସରରେ ଯାଜପୁର ବ୍ଲକ ଭୂଇଁପୁର ପଞ୍ଚାୟତ ତଳଗଡିଆ ଗ୍ରାମରେ ରାଜ୍ୟ ସ୍ତରୀୟ ଦିବାରାତ୍ର କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ କୋରେଇର ମାନ୍ୟବର ବିଧାୟକ ସିନେଷ୍ଟାର ଆକାଶ ଦାସ ନାୟକ ଓ ଯାଜପୁର ବିଜେପି ର ପୂର୍ବତନ ଜିଲ୍ଲା ସଭାପତି ଗୈାତମ ରାୟ ଅତିଥି ଭାବେ ଯୋଗ ଦେଇ ଆୟୋଜକ ଓ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ଦିନକୁ ଦିନ ପାଶ୍ଚାତ୍ୟ ସଭ୍ୟତା ଆଢ଼ୁଆଳରେ ଆମ ସଂସ୍କୃତି ହଜି ଯାଉଥିବା ବେଳେ
ଆମ ପରମ୍ପରାକୁ ମନେ ପକାଇବା ପାଇଁ ଆୟୋଜକ ବନ୍ଧୁ ମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ଅତିଥି ମତ ରଖିଥିଲେ।

Leave a Reply

Your email address will not be published. Required fields are marked *