ତାମିଲନାଡୁର କବରାରାପେଟ୍ଟାଇଠାରେ ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଓ ଅଟକି ରହିଥିବା ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କିଛି ଲୋକ ଆହତ ହୋଇଛନ୍ତି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଇଞ୍ଜିନର ୬ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୨ଟି ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଚେନ୍ନାଇରୁ ଉଦ୍ଧାରକାରୀ ଦଳ ଏବଂ ରେଳବାଇର ବରିଷ୍ଠ ଅଧିକାରୀ ଯାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଯାତ୍ରୀବାହୀ ଟ୍ରେନ୍ ଲୁପ୍ ଲାଇନରେ ପ୍ରବେଶ କରିବା ସମୟରେ ଯାତ୍ରୀବାହୀ ଟ୍ରେନର କର୍ମଚାରୀମାନେ ଝଟକା ଅନୁଭବ କରିଥିଲେ ଏବଂ ଶେଷରେ ଛିଡା ହୋଇଥିବା ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଥିଲା।

