Oplus_131072

ଆଉ ଗୋଟିଏ ଦିନ ପରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ନଭେମ୍ବର ୧ ତାରିଖରୁ ଧାନ ସଂଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ମାସ ଶେଷ ଯାଏଁ ଜାରି ରହିବ। ଚଳିତ ଥର ବିଜେପି ସରକାର ରାଜ୍ୟରେ ଚାଷୀଙ୍କଠାରୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ମୂଲ୍ୟରେ ଧାନ କ୍ରୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଥମ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଥିବା ବେଳେ ଏଥିପାଇଁ ସମୃଦ୍ଧ କୃଷକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ଉପରୋକ୍ତ ଘୋଷଣା ପରେ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ଏହା ପ୍ରତ୍ୟକ୍ଷ ଭାବେ ରାଜ୍ୟ ସରକାରଙ୍କ ପାଇଁ ଏକାଧିକ ଆହ୍ୱାନ ସୃଷ୍ଟି କରିପାରେ ବୋଲି ଆଲୋଚନା ଜୋର୍‌ ଧରିଛି।

Leave a Reply

Your email address will not be published. Required fields are marked *