oplus_34

ଯାଜପୁର ଓ ଦଶରଥପୁର ବ୍ଲକର ବାତ୍ୟା ‘ଦାନା’ ପାଇଁ ସରକାରଙ୍କ ତରଫରୁ ପ୍ରସ୍ତୁତ ବିଭିନ୍ନ ଅସ୍ଥାୟୀ ଆଶ୍ରୟସ୍ଥଳ ବୁଲି ଦେଖିବା ସହ ବ୍ୟବସ୍ଥା ସମ୍ପର୍କରେ ପ୍ରଶାସନ ସହ ଆଲୋଚନା କଲେ ଏବଂ ଲୋକଙ୍କ ପାଖରେ କିପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସୁବିଧା ପହଞ୍ଚିବ ତା’ର ବ୍ୟବସ୍ଥା କରିବା ସହ କାର୍ଯ୍ୟକର୍ତ୍ତାଙ୍କୁ ଦିନ ରାତି ସଜାଗ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଭାରତୀୟ ଜନତା ପାର୍ଟି ଯାଜପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୈାତମ ରାୟ। ତିନି ଦିନ ଧରି ବର୍ଷା ପବନକୁ ଖାତିରି ନକରି ଦିନ ରାତି ଗାଁ କୁ ଗାଁ ବୁଲି ଲୋକମାନଙ୍କ ଅସୁବିଧା ବୁଝିବା ସହ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେଉଛନ୍ତି ଶ୍ରୀଯୁକ୍ତ ରାୟ ।

ପ୍ରଶାସନ ପ୍ରସ୍ତୁତ ଅଛି, ଭୟଭୀତ କି ବ୍ୟସ୍ତ-ବିବ୍ରତ ନ ହୋଇ ପ୍ରଶାସନ ସହ ସହଯୋଗ କରି ସମ୍ଭାବ୍ୟ ବାତ୍ୟା କୁ ସାମ୍ନା କରିବାକୁ ସମସ୍ତ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତିି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୈାତମ ରାୟ।

Leave a Reply

Your email address will not be published. Required fields are marked *