Oplus_131072

ଯାଜପୁର : ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ୍ ଅଗ୍ରୱାଲ,ଯାଜପୁରଙ୍କ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ଯୋଗଦେଇ କହିଲେ ଯେ ରାଜ୍ୟ ସରକାରଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଏକ ସୁଦୂର ପ୍ରସାରି କାର୍ଯ୍ୟକ୍ରମ ଯେଉଁଥିରେ ଜନସାଧାରଣ ବହୁଳ ମାତ୍ରାରେ ସରକାରଙ୍କର ବିଭିନ୍ନ ଯୋଜନାର ସୁଫଳ ପାଇ ପାରୁଛନ୍ତି । ପ୍ରଶାସନ ଲୋକ ମାନଙ୍କ ନିକଟତର ହୋଇ ସେମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଜନଶୁଣାଣୀ ଶିବିର ମାଧ୍ୟମରେ ସମାଧାନ କରି ସେମାନଙ୍କୁ ତ୍ୱରିତ ସେବା ଯୋଗାଇଦେବା ଏବଂ ମହିଳା ମାନଙ୍କୁ ସଶକ୍ତି କରଣ କରିବା ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିବାସହ ବିଭାଗୀୟ ଅଧିକାରୀ ମାନଙ୍କୁ ପଠାଯାଉଥିବା ଦରଖାସ୍ତ ଗୁଡ଼ିକୁ ସଂପୃକ୍ତ ଅଧିକାରୀ ମାନେ ବିଳମ୍ବ ନକରି ଆପତ୍ତି ଅଭିଯୋଗ ଗୁଡ଼ିକର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାସହ କୌଣସି ଅଧିକାରୀଙ୍କ ନିକଟରେ ଯେଭଳି ଗୋଟିଏ ଅଭିଯୋଗ ସମାଧାନ ରେ ବିଳମ୍ବ ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ନବକୃଷ୍ଣ ଜେନା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଯାଜପୁର ରଶ୍ମିରେଖା ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥି, ବି ଡି ଓ, ଧର୍ମଶାଳା ଶ୍ରୀ ଦେବେନ୍ଦ୍ର ପ୍ରସାଦ ବଳ, ତହଶିଲଦାର ଧର୍ମଶାଳା ଶ୍ରୀ ଶୁଭଙ୍କର ମହାନ୍ତି,ସହକାରୀ ଜିଲ୍ଲାପାଳ,ସାଧାରଣ ଓ ବିବିଧ ଶ୍ରୀମତୀ ନିବେଦିତା ପ୍ରଧାନ ମଞ୍ଚାସୀନ ଥିଲେ। ଆଜିର ଅଭିଯୋଗ ପ୍ରକୋଷ୍ଠରେ ମୋଟ ୧୫୦ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ୪୫ ଗୋଟି ଅଭିଯୋଗ, ସମୂହ ୦୬ ଗୋଟି ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ଜନିତ ୬୭ ଗୋଟି ଅଭିଯୋଗ, ରେଡକ୍ରସ ପାଣ୍ଠିରୁ ସାହାଯ୍ୟ ନିମନ୍ତେ ୩୨ ଗୋଟି ଅଭିଯୋଗ ଆସିଥିଲା । ୯୯ ଗୋଟି ବିଭିନ୍ନ ଅଭିଯୋଗର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଜନଶୁଣାଣୀ ଶିବିରରେ ତତ୍କାଳ ସମାଧାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗଦେଇ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *