ଏହା ସହ ଗଣମାଧ୍ୟମ ସାମ୍ନାରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ମୋତେ ଫସେଇବା ପାଇଁ ଯେଉଁ ଯୋଜନା କରିଥିଲେ କୋର୍ଟ ମୋତେ ଆଶ୍ବସ୍ତି ଦେଇଛନ୍ତି । ମୋତେ ଦଳରୁ ବହିଷ୍କାର କଲେ। କିନ୍ତୁ ତାଙ୍କୁ ରାଜ୍ୟବାସୀ ବହିଷ୍କାର କରିଦେଲେ । ଜଣେ ବିଧାୟକ ଗିରଫ ହେଲା କିନ୍ତୁ ଗୃହ ମନ୍ତ୍ରୀ ହିସାବରେ ନୀରବ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଦେଶ ନ ହେଲେ କେହି କିଛି କରିବେନି । ଜେଲ୍ ଭିତରେ ବି ମୋତେ ହଇରାଣ କରାଯାଇଛି । ଯିଏ ମୋତେ ଗିରଫ କରିଥିଲେ ସେ ପୁରସ୍କାର ପାଇ କମିଶନର ହେଲେ ।
ସେ ଆଉ ମଧ୍ୟ କହିଛନ୍ତି ବିଜେଡ଼ି ପାଞ୍ଜି ମୋ ପାଖରେ । ଓଡ଼ିଶା ନୂଆ ବର୍ଷରେ ଖୋଲିବି ନବୀନଙ୍କ ପାଞ୍ଜି। ପାଞ୍ଜି ଖୋଲିଲା ପରେ ଶେଷ ହୋଇଯିବ ବିଜେଡି । ଏହା ସହ କାର୍ତ୍ତିକଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି ନବୀନ, ପ୍ରଶ୍ନ ଉଠାଇଲେ ବ୍ରହ୍ମପୁର ସାଂସଦ ।