
ଜ୍ଞାନେଶ କୁମାର ୨୦୨୪ ମସିହା ମାର୍ଚ୍ଚ ମାସରୁ ନିର୍ବାଚନ ଆୟୁକ୍ତ ଭାବେ କାର୍ଯ୍ୟରତ ଥିଲେ ଏବଂ ସୋମବାର ତାଙ୍କୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି।
ନିର୍ବାଚନ ଆୟୋଗରେ କମିଶନର ଭାବେ କାର୍ଯ୍ୟ କରିବା ପୂର୍ବରୁ ଜ୍ଞାନେଶ କୁମାର ଅନେକ ପ୍ରମୁଖ ପଦରେ ରହିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟରେ ଯୁଗ୍ମ ସଚିବ, ଗୃହ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଓ ଅତିରିକ୍ତ ସଚିବ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟରେ ସଚିବ ଓ ସହକାରିତା ମନ୍ତ୍ରଣାଳୟରେ ସଚିବ ପରି ପଦରେ କାମ କରିଛନ୍ତି ।
