ନୌସେନା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜିତ ସଭାରେ ସମ୍ବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ ଜାତୀୟ ସୁରକ୍ଷା କ୍ଷେତ୍ରରେ ନୌସେନାର ଭୂମିକା ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ । ଜଳପଥରେ ଅନୁପ୍ରବେଶ ରୋକିବାରେ ଓ ଦେଶର ବାହ୍ୟ ଓ ଅଭ୍ୟନ୍ତରୀଣ ସୁରକ୍ଷାରେ ନୌସେନା ଭୂମିକା ପ୍ରଶଂସନୀୟ । ୬୩ ସ୍ୱଦେଶୀ ବୁଡ଼ା ଜାହାଜ ନିର୍ମାଣ କରିବାରେ ଦେଶ ସଫଳ ହେଈଛି । ୨୦୪୭ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭର କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

3, 500 ରୁ ଅଧିକ କର୍ମଚାରୀ ସମୁଦ୍ରରେ ପ୍ଲାଟଫର୍ମ ପରିଚାଳନା କରିଛନ୍ତି ଏବଂ 350 ଜଣ କର୍ମଚାରୀ କୂଳରେ ସମନ୍ୱୟ ରକ୍ଷା କରିଛନ୍ତି ।ନୌସେନା ଦିବସ 2024 ଉତ୍ସବ ଭାରତୀୟ ନୌସେନାର ସ୍ୱଦେଶୀ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିଛି , ‘ଆତ୍ମନିର୍ଭର ଭାରତ’ ର କେନ୍ଦ୍ରର ସଂକଳ୍ପକୁ ଆଗକୁ ନେବ ଏବଂ ଭାରତ ମହାସାଗର ଅଞ୍ଚଳରେ ‘ପସନ୍ଦଯୋଗ୍ଯ ସୁରକ୍ଷା ଅଂଶୀଦାର ଏବଂ ପ୍ରଥମ ଉତ୍ତରଦାତା’ ହେବାକୁ ସଂକଳ୍ପ ନେଇଛନ୍ତି ।

ବାଲିଷ୍ଟିକ ମିଜାଇଲ ସବମେରାଇନ କରିବାରେ ବିଶ୍ୱର ଷଷ୍ଠ ରାଷ୍ଟ୍ର ପାଲଟିଛି ଭାରତ । ନୌସେନା ପ୍ରଥମ କରି ମହିଳା ଅଗ୍ନିବୀରଙ୍କୁ ସାମିଲ କରିଛି । ପ୍ରାଚୀନ କଳିଙ୍ଗ ସହ ଅନେକ ସ୍ମୃତି ଯୋଡ଼ି ହୋଇ ରହିଛି ।ନୌସେନା ଦିବସ ପାଇଁ ବ୍ଲୁ ଫ୍ଲାଗ ବିଚରେ ଚାଲିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କମ୍ପି ଉଠୁଛି ପୁରୀର ବ୍ଲୁ ଫ୍ଲାଗ ବିଚ୍ । ନୌ-ବୀର ଦେଖାଉଛନ୍ତି ପରାକ୍ରମ । ଏଥିରେ ମୁଖ୍ୟ ଅତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତମାମ ବିଧାୟକ ମନ୍ତ୍ରୀ ମଧ୍ୟ ପୁରୀରେ ଉପସ୍ଥିତ ଅଛନ୍ତି । ଏହାକୁ ଦେଖିବା ପାଇଁ ପୁରୀରେ ପ୍ରବଳ ଭିଡ ଦେଖାଯାଇଥିଲା । ଦମ୍ ଦେଖାଉଛି ଯୁଦ୍ଧ ହେଲିକପ୍ଟର । ଆକାଶରେ ପଇଁତରା ମାରୁଛି ଯୁଦ୍ଧ ବିମାନ,ସାରା ବିଶ୍ୱ ଦେଖୁଛି ଭାରତର ଦମ

Leave a Reply

Your email address will not be published. Required fields are marked *