ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିଛି । ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି ଭାରତୀୟ ଦଳ।
ଖେଳ ଶେଷ ହେବାକୁ କିଛି ସମୟ ଥିଲାବେଳେ ଅନ୍ତିମ ସମୟ ତଥା ୫୯ତମ ମିନିଟରେ ହରମନପ୍ରୀତ ଗୋଲ ଦେଇ ଭାରତକୁ ବିଜୟୀ କରାଇଥିଲେ। ଏହି ମ୍ୟାଚରେ ଭାରତ ପକ୍ଷରୁ ମନଦୀପ ସିଂହ, ବିବେକ ସାଗର ଓ ହରମନପ୍ରୀତ ସିଂହ ଗୋଲ୍ ଦେଇଥିଲେ।

