Oplus_131072

ଦଶରଥପୁର -(ମନୋରଞ୍ଜନ ମଲ୍ଲିକ)- ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ହେବା ପରେ ଗଣମାଧ୍ୟମକୁ ସମ୍ବାଦ ସଂଗ୍ରହ ପାଇଁ ସବୁଠି ଅନୁମତି ପ୍ରଦାନ କରାଯାଇଥିବା ବେଳେ ସରକାରଙ୍କ ଏହି ନିଷ୍ପତି କୁ ଦଶରଥପୁର ବ୍ଲକରେ ଅଣଦେଖା କରାଯିବା ସହିତ ବ୍ଲକ ଅଧକ୍ଷ ସମ୍ବାଦିକ ମାନଙ୍କୁ ପଂଚାୟତ ସମିତି ବୈଠକ ପରିସରରେ ନ ରହି ବାହାର କୁ ପଳାଇ ଯିବାକୁ କହିଥିବା ଘଟଣା ସାମ୍ବାଦିକ ମହଲ ରେ ଅସନ୍ତୋଷ ସୃଷ୍ଟି କରିଛି।ସୂଚନା ମୁତାବକ ଅଗଷ୍ଟ ମାସ ୧୬ ତାରିଖ ପୂର୍ବାହ୍ନ ୧୦. ୩୦ ରେ ଦଶରଥପୁର ପଞ୍ଚାୟତ ସମିତି ଅଦଵିଵେଶନ ପାଇଁ ବୈଠକ ଆୟୋଜିତ ହେବା ବେଳେ ବୈଠକ ର ୨ ଦିନ ପୂର୍ବରୁ ବିଡ଼ିଓ ଆକାଶ ପଟନାୟକ ବ୍ଲକରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଅଧିବେଶନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ସାମ୍ବାଦ ପରିବେଷଣ କରିବା ପାଇଁ ଲିଖିତ ଭାବେ ଅବଗତ କରିଥିଲେ।ତଦନୁସାରେ ଗଣମାଧ୍ୟମ ପ୍ରତିନିଧି ମାନେ ବୈଠକ ଅନୁଷ୍ଠିତ ହେଉଥିବା ସମ୍ମିଳନୀ ଗୃହ ରେ ବସିଥିବା ସମୟରେ ବୈଠକରେ ଅଧକ୍ଷତା କରୁଥିବା ବ୍ଲକ ଅଧକ୍ଷ ଦିଗାମ୍ବର ମଲିକ ପ୍ରାରମ୍ଭରେ ନିଜ ଅଭିଭାଷଣ ଆରମ୍ଭ କରିବା ସମୟରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଯଥା ଶୀଘ୍ର ସମ୍ମିଳନୀ ଗୃହ ବାହାରକୁ ପଳାଇଯିବାକୁ ବାରମ୍ବାର ତାଗିତ କରିଥିଲେ ଯାହାକୁ ନେଇ ସାମ୍ବାଦିକ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଗଣମାଧ୍ୟମ ପ୍ରତିନିଧି ମାନେ ସମ୍ମିଳନୀ ଗୃହ ସମ୍ମୁଖରେ ଧାରଣା ରେ ବସି ବ୍ଲକ ଅଧକ୍ଷଙ୍କ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାରକୁ ନେଇ ପ୍ରତିବାଦ କରିଥିଲେ।ଆଗାମୀ ଦିନରେ ପଂଚାୟତ ସମିତିର କୌଣସି ନିୟୁଜ ପରିବେଷଣ ନ କରିବାକୁ ସାମ୍ବାଦିକ ମାନେ ଚେତାବନି ଦେଇଛନ୍ତି। ଅଧକ୍ଷଙ୍କ ଏମିତି ଦାଇତ୍ୱହୀନ ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Leave a Reply

Your email address will not be published. Required fields are marked *