Oplus_131072

ଚଳିତ ଖରିଫ ଋତୁ ପାଇଁ ପିଏମ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଅଧିନରେ ଚାଷୀ ପଞ୍ଜୀକରଣ ସମୟସୀମାକୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜୁଲାଇ ୩୧ ଶେଷ ତାରିଖ ଥିଲାବେଳେ ଆଉ ୧୦ ଦିନ ବୃଦ୍ଧି ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ଖରିଫ୍‌ ଋତୁ ପାଇଁ କଟ୍ ଅଫ୍ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସମବାୟ କମିଶନରଙ୍କୁ କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ଚିଠି କରାଯାଇଛି। ଏଥିସହ ସର୍ବାଧିକ ପଞ୍ଜୀକରଣ ପାଇଁ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *