ଓଡିଶା ପାଇଁ ପରିଚାଳନା କମିଟିରେ ସ୍ଥାୟୀ ନିମନ୍ତ୍ରଣ ଭାବରେ ପିସିସି ଷ୍ଟିୟରିଂ କମିଟିରେ ସାମିଲ ହେଲେ ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର , ରାମ ଖୁଣ୍ଟିଆ, ସନ୍ତୋଷ ସିଂ ସାଲୁଜା, ଶରତ ରାଉତ । ଏହି କମିଟିରେ ୭ ବରିଷ୍ଠଙ୍କୁ ନିଆଯାଇଥିଲେ ମଧ୍ୟ ତାରା ବାହିନୀପତିଙ୍କୁ ସାମିଲ କରାଯାଇନାହିଁ। ପ୍ରତି ୧୫ ଦିନରେ ଥରେ ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହେବ। ସଭାପତି ଚୟନ ନେଇ ଅଜୟ ନିର୍ଦ୍ଦିଷ୍ଟ ସମୟ ଦେବା ପରେ ଦଳରେ ଆଶ୍ୱସ୍ତ ପ୍ରକାଶ ପାଇଛି।
ପୂର୍ବରୁ ମଧ୍ୟ ଗଠିତ ହୋଇଥିବା ୧୪ ଜଣିଆ ଷ୍ଟିୟରିଂ କମିଟିରେ ସ୍ଥାନ ପାଇନଥିଲେ ତାରା ।

