Oplus_131072

ଭୁବନେଶ୍ୱର (ସୁଲଗ୍ନା ମହାନ୍ତି): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (osssc) ଦ୍ଵାରା ଅନୁଷ୍ଠିତ ହେବାକୁ ଥିବା ଏସଟି ଏଣ୍ଡ ଏସସି ଡେଭଲପମେଣ୍ଟ ବିଭାଗ ଦ୍ବାରା ପରିଚାଳିତ ଆଶ୍ରମ ସ୍କୁଲରେ ଟ୍ରେନଡ ଗ୍ରାଜୁଏଟ ଟିଚର (TGT) ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ପ୍ରଥମେ ମାର୍ଚ୍ଚ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତାପରେ ବିଭିନ୍ନ ସମୟରେ ତାରିଖ ପରେ ତାରିଖ ପରିବର୍ତ୍ତନ କରାଯାଇ ଅଗଷ୍ଟ ୧ରୁ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ଅନଲାଇନ ଆପ୍ଲାଏ ତାରିଖ ନିର୍ଘଣ୍ଟ କରାଯାଇଥିଲା। କିନ୍ତୁ ଆଜି ତା ୩୧ ଜୁଲାଇରେ OSSSC ଦ୍ୱାରା ନୂତନ ବିଜ୍ଞପ୍ତି ପ୍ରକାଶ କରାଯାଇ ଅନଲାଇନ ଆପ୍ଲାଏ ତାରିଖ ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ବାରମ୍ବାର ତାରିଖ ପରିବର୍ତ୍ତନ ଦ୍ଵାରା ପିଲାଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ସନ୍ଦିହାନି ସୃଷ୍ଟି ହେବା ସହ ଆତ୍ମବିଶ୍ବାସ କମି କମି ଯାଉଛି। ଲଗାତାର ତାରିଖ ପରିବର୍ତ୍ତନ ପିଲାଙ୍କ ପଢ଼ିବା ଆଗ୍ରହକୁ ନିରୁତ୍ସାହିତ କରୁଛି। ଏହାକୁ ନେଇ ପ୍ରସ୍ତୁତି ହେଉଥିବା ପିଲାମାନଙ୍କ ଠାରେ ନୈରାଶ୍ୟ ଭାବ ଦେଖିବାକୁ ମିଳୁଛି।
ସେହିପରି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ଦ୍ଵାରା ଗଣ ଶିକ୍ଷା ବିଭାଗ LTR ଶିକ୍ଷକ ନିମନ୍ତେ ଭ୍ୟାକେନ୍ସି ସଂଖ୍ୟା ୬୦୨୫ ପଦବୀର ବିଜ୍ଞପ୍ତି ପ୍ରକାଶ କରିଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିନାହିଁ କି ଆବେଦନ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି। ଅପରପକ୍ଷରେ ସରକାର ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି।
ଏହି ପରିସ୍ଥିତିରେ ଶିକ୍ଷକ ନିଯୁକ୍ତି ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ମାନସିକ ଚାପରେ ରହିବା ସହ ଦୁଶ୍ଚିନ୍ତାରେ ରହୁଛନ୍ତି। ଯାହା ଛାତ୍ରଛାତ୍ରୀଙ୍କ ମେଧା ଉପରେ ପ୍ରଭାବ ପକାଉଛି। ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନ ଖେଳି SSD(TGT), LTR ଓ ଅବଶିଷ୍ଟ JT ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ସରକାରଙ୍କ ଠାରେ ଅଭିଭାବକ ଓ ଛାତ୍ରଛାତ୍ରୀ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *