
ମୃତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟପାଳ ହରିବାବୁ କମ୍ଭମ୍ପତିଙ୍କ ଅନୁମୋଦନ ପରେ ଆସିଲା ଅନୁକମ୍ପାମୂଳକ ସହାୟତା ନିୟମ ।
ଆବେଦନ ତାରିଖ ପରିବର୍ତ୍ତେ, ମୃତ୍ୟୁ ତାରିଖକୁ ଗ୍ରହଣ କରିବାକୁ ନୂଆ ନିୟମ ହୋଇଛି । ଜିଲ୍ଲାପାଳ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଆର୍ଥିକ ଦୁର୍ଦ୍ଦଶା ସମ୍ପର୍କିତ ପ୍ରମାଣପତ୍ର ଦେବେ ।
ଏହାଦ୍ୱାରା ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ପଡିରହିଥିବା ପାଖା ପାଖି ଛଅଶହ ରୁ ସାତଶହ ମାମଲାର ଶୀଘ୍ର ଫଇସଲା ହୋଇଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
