ବିଭିନ୍ନ ବାଦବିବାଦ ପରେ ଆଜି ପୁରୁଣା ସ୍ଥାନରେ ହିଁ ଖୋଲିଛି ବିରଜା ହାଟ। ଆଜି ସକାଳୁ ଚାଷୀ ଏବଂ ବ୍ୟବସାୟୀ ମାନେ ପୂର୍ବଭଳି ବିରଜା ହାଟକୁ ଆସି ବ୍ୟବସାୟ କରିଛନ୍ତି।
ବିରଜା ପ୍ରକଳ୍ପ ପାଇଁ ହାଟ ସ୍ଥାନାନ୍ତରଣ ନିଷ୍ପତ୍ତି ପରେ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେବା ସହ ସ୍ଥାନୀୟ ବିଧାୟକଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଥିଲା। ଜିଲ୍ଲା ପ୍ରଶାସନ ଏବଂ ଚାଷୀଙ୍କ ବୈଠକ ପରେ ପୁରୁଣା ସ୍ଥାନରେ ହିଁ ହାଟ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା।
ଯାଜପୁରରେ ୧୧ ମାସ ପରେ ପୁନଃ ପୁରୁଣାସ୍ଥାନକୁ ଫେରିଛି ହାଟ। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୁଲିସ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ହାଟରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।
୨୦୦ରୁ ଉର୍ଦ୍ଧ ଚାଷୀ ଓ ବ୍ୟବସାୟୀ ହାଟରେ ବ୍ୟବସାୟ କରିଛନ୍ତି ।ବିରଜା ମନ୍ଦିର ପ୍ରକଳ୍ପ ପାଇଁ ହାଟକୁ ସ୍ଥାନାନ୍ତର କରାଯାଇଥିଲା।ହାଟ ସ୍ଥାନାନ୍ତର କରି ସନ୍ଥମାଧବ ଅଞ୍ଚଳରେ ନୂଆ ହାଟ ବସାଯାଇଥିଲା।
