Oplus_131072

ଗତ ୧୯ତାରିଖରେ ପୂର୍ବତନ  ସାଂସଦ ଶ୍ରୀ ପଣ୍ଡା ରାଜ୍ୟସ୍ତରୀୟ ଦଳୀୟ  ବୈଠକରେ ଯୋଗଦେବା ପାଇଁ ଭୁବନେଶ୍ୱର  ଯାଇଥିଲେ । ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା  ପରେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ ।  ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନେଶ୍ୱର  ଏମ୍ସରେ ଭର୍ତ୍ତି କରିଥିଲେ । ପରୀକ୍ଷାରୁ ତାଙ୍କର  ହୃଦ୍‌ରୋଗଜନିତ ସମସ୍ୟା ଥିବା ଜଣାପଡ଼ିଥିଲା ।  ହାର୍ଟରେ ବ୍ଲକେଜ୍‌ ରହିଥିବା ଡାକ୍ତର କହିଥିଲେ । ଏଣୁ  କୌଣସି ଏକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପରାମର୍ଶ  ଦେଇଥିଲେ । ଶୁକ୍ରବାର ସକାଳେ ପରିବାର ଲୋକେ  ଏୟାରଲିଫ୍ଟ କରି ତାଙ୍କୁ ମୁମ୍ବାଇସ୍ଥିତ ଏସିଆନ ହାର୍ଟ  ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ଶ୍ରୀ ପଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପୂର୍ବତନ  ସାଂସଦ ଶ୍ରୀ ପଣ୍ଡାଙ୍କ ପୁଅ ତଥା ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା  ଓ ପରିବାର ଲୋକେ ମୁମ୍ବାଇରେ ଅଛନ୍ତି । ଶ୍ରୀ ପଣ୍ଡା ଅସୁସ୍ଥ ହେବା ଖବର ପ୍ରଚାର  ପରେ ସମର୍ଥକ ଓ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *