ହାବିଲଦାର, କନେଷ୍ଟବଳ ଓ ସିପାହିମାନେ ଏଣିକି ପୂର୍ବରୁ ମିଳୁଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାରରେ ପାଇବେ। ହାବିଲଦାର ଓ କନେଷ୍ଟବଳମାନେ ପୂର୍ବରୁ ସାଇକେଲ ଭତ୍ତା ବାବଦରେ ମାତ୍ର ୩ ଶହ ଟଙ୍କା ପାଉଥିଲେ। ଏବେ ମୋଟର ସାଇକଲ ଭତ୍ତା ବାବଦରେ ଏକ ହଜାର ଟଙ୍କା ପାଇବେ। ଆଜି କଟକରେ ଆୟୋଜିତ ଓଡ଼ିଶା ପୁଲିସ,  ଓଏସ୍‌ଏପି ହାବିଲଦାର, କ‌ନେଷ୍ଟବଳ ଓ ସିପାହି ମହାସଂଘର ବାର୍ଷିକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଥିଲେ। କେବଳ ସେତିକି ନୁହେଁ, ପୂର୍ବରୁ ପୋଷାକ, ଜୋତା ଇତ୍ୟାଦି ପାଇଁ ୫ ହଜାର ଟଙ୍କା ପାଉଥିବା ବେଳେ ଏଣିକି ସେମାନଙ୍କୁ ୧୦ହଜାର ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ କହିଥିଲେ, ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *