ଛାତ୍ରଛାତ୍ରୀ ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିପାରିବେ। ମୋବାଇଲରୁ Type OR10<RollNo> ଲେଖି 5676750କୁ ଟାଇପ କରି ପଠାଇଲେ ମଧ୍ଯ ସେମାନେ ରେଜଲ୍ଟ ଦେଖିପାରିବେ । ସନ୍ଧ୍ୟା ୬ ଟାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ ବୋଲି ଜଣାପଡିଛି । ସନ୍ଧ୍ୟା ୭ଟା ପରେ ଛାତ୍ରଛାତ୍ରୀ ରେଜଲ୍ଟ ଡାଉନଲୋଡ କରିପାରିବେ । ସ୍କୁଲର ପ୍ରଧାନ ଶିକ୍ଷକ ମାନେ ସନ୍ଧ୍ୟା ୭ ପରେ ୱେବସାଇଟରୁ ଡାଉନଲୋଡ଼ କରିପାରିବେ ରେଜଲ୍ଟ । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ଷ୍ଟେଟ ଓପନ ସ୍କୁଲ ଏବଂ ମଧ୍ୟମା ଛାତ୍ରଛାତ୍ରୀ ମାନଙ୍କର ରେଜଲ୍ଟ ପ୍ରକାଶ ପାଇବ ବୋଲି ପୂର୍ବରୁ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।
ସୂଚନା ଯୋଗ୍ୟ; ସୂଚନାଥାଉକି, ଚଳିତ ବର୍ଷ ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ୫ ଲକ୍ଷ ୨ ହଜାର ୪୧୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୧୭ ହଜାର ୩୮୪ ଜଣ ଛାତ୍ରୀଛାତ୍ର ଫେଲ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର କୃତକାର୍ଯ୍ୟ ହୋଇଥିବା ବେଳେ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସବୁଥର ପରି ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଥିବା ମନ୍ତ୍ରୀ କହିଛନ୍ତି। ପୁଅଙ୍କ ପାସ୍ ହାର ୯୪ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି।
ପାସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି । ସେହିପରି B1 ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ । B2 ରେ ୮୪ ହଜାର ୯୭୧, Cରେ ୧ ଲକ୍ଷ ୩୩ ହଜାର ୮୨୨, D ରେ ୧ ଲକ୍ଷ ୪୬ ହଜାର ୧୫୪ ଓ E ଗ୍ରେଡ୍ ୬୭ ହଜାର ୧୩ ଜଣ ପାସ୍ କରିଛନ୍ତି ।