Oplus_131072

ଭୁବନେଶ୍ୱର, ୫।୮: ସଂସଦ ଭବନ ସମ୍ମିଳନୀ କକ୍ଷରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାର ସମସ୍ତ ୨୦ ଭାଜପା ଲୋକ ସଭା ଏମ୍‌ପି ଓ ଜଣେ ରାଜ୍ୟ ସଭା ଏମ୍‌ପି ଭେଟିଛନ୍ତି।  ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଏମ୍‌ପିମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିବା ପରେ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତଙ୍କ ସହିତ ଯୋଗାଯୋଗ କରିଥିଲୁ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଓଡ଼ିଶା କିମ୍ବା ଦେଶର ରାଜନୈତିକ ପ୍ରସଙ୍ଗରେ କୌଣସି ଆଲୋଚନା କରିନାହାନ୍ତି। ପ୍ରଥମେ ସମସ୍ତଙ୍କ ସହିତ ପରିଚିତ ହେଲେ।  ୭ ଥର କିଏ ଜିତିଛନ୍ତି, ତା’ପରେ ଆଉ ଅଧିକ ଥର କେଉଁମାନେ ଜିତିଛନ୍ତି, ପ୍ରଥମ ଥର କେଉଁମାନେ ପାର୍ଲାମେଣ୍ଟକୁ ଆସିଛନ୍ତି ସବୁ କଥା ପଚାରି ବୁଝିଲେ। ମୁଖ୍ୟତଃ ସାମାଜିକ ଗଣମାଧ୍ୟମ ଉପରେ ଅଧିକ ଗୁରୁତ୍ୱ ଦେବା ଲାଗି କହିଲେ। କିପରି ଛୋଟ ଛୋଟ ବୈଠକ କରାଯିବ ସେନେଇ ମଧ୍ୟ ଜଣାଇଲେ। ଲୋକଙ୍କ ସହିତ କିପରି ସମ୍ପର୍କ ଯୋଡ଼ାଯିବ ଏବଂ ଲୋକମାନେ କିପରି ଅନୁଭବ ନ କରିବେ ତାଙ୍କ ଏମ୍‌ପିଙ୍କ ସହିତ ଦେଖା ହୋଇପାରୁ ନାହଁ, ସେସବୁ ଉପରେ ଧ୍ୟାନ ଦେବାକୁ ମୋଦି କହିଛନ୍ତି। ଏହାସହ ଜଣେ ଏମ୍‌ପିଙ୍କ ଦାୟିତ୍ୱ କ’ଣ ସେ ବିଷୟରେ ମଧ୍ୟ ପରାମର୍ଶ ଦେଇଥିବା କଥା ପ୍ରଦୀପ କହିଛନ୍ତି।

Leave a Reply

Your email address will not be published. Required fields are marked *