ପହଲଗାମ ଆକ୍ରମଣ ପରେ ପାକିସ୍ତାନ ସହିତ ଭାରତର ଉତ୍ତେଜନା ବଢ଼ିବାରେ ଲାଗିଛି । ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ ବାତିଲ କରିଛନ୍ତି । ମେ ୯ ତାରିଖରେ ରୁଷର ରାଜଧାନୀ ମସ୍କୋରେ ହେବାକୁ ଥିବା ବିଜୟ ଦିବସ ସମାରୋହରେ ଯୋଗ ଦେବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ସେ ଋଷରେ ବିଜୟ ଦିବସ ପରେଡରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ଥିଲା କିନ୍ତୁ ବର୍ତ୍ତମାନ ତାଙ୍କର କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ଏ ନେଇ ସୂଚନା ଦେଇଛନ୍ତି କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ।
ସୂଚନା ଯୋଗ୍ୟ; ପ୍ରତି ବର୍ଷ ମସ୍କୋରେ ମେ ୯ ତାରିଖରେ ବିଜୟ ଦିବସ ପରେଡ ଅନୁଷ୍ଠିତ ହୁଏ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭିକ୍ଟ୍ରି ପରେଡ୍ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରୁଷ ନିମନ୍ତ୍ରଣ କରିଥିଲା । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ନିମନ୍ତ୍ରଣକୁ ଗ୍ରହଣ କରିଥିଲା । ମାତ୍ର ପହଲଗାମ ଆକ୍ରମଣ ପରେ ଦେଶରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବାତିଲ କରାଯାଇଛି ବୋଲି କୁହାଯାଉଛି ।