ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀସ୍ଥିତ ଏକ ଫାର୍ମା କମ୍ପାନୀ କାରଖାନାରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏହି ଘଟଣାରେ ଆହତ ହୋଇଥିବା ଅନ୍ୟମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଧ୍ୟାହ୍ନଭୋଜନ ବିରତି ସମୟରେ ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟିଛି।ଅଚୁତପୁରମ ଥାନାର ଜଣେ ଅଧିକାରୀଙ୍କ କହିବାନୁଯାୟୀ ନିକଟସ୍ଥ ରାମବିଲ୍ଲୀ ମଣ୍ଡଳର ଦୁଇ ଜଣ ଶ୍ରମିକ ଘଟଣାସ୍ଥଳରେ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କୁ ଏନଟିଆର ଜିଲ୍ଲା ଡାକ୍ତରଖାନା ଅନକାପଲ୍ଲୀରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବିଶାଖାପାଟଣାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୧୩ ଜଣଙ୍କ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *