Skip to content

ଶୁଭାରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସ୍ପେଶାଲ୍ ଟ୍ରେନ । ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଶିରିଡ଼ି ଓ ନାସିକ ପାଇଁ ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଆଧ୍ୟାତ୍ମିକ ଓ ଧାର୍ମିକ ଆକାଂକ୍ଷା ପୂରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରାଯାଇଛି। ଆଜି ପ୍ରଥମ ଦିନରେ ୭୭୫ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଭୁବନେଶ୍ବର ଷ୍ଟେସନରୁ ଶିରିଡ଼ି ଅଭିମୁଖେ ବାହାରିଛି ତୀର୍ଥଯାତ୍ରୀ ଟ୍ରେନ୍ ।