ନୂଆଦିଲ୍ଲୀ: ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଛି । ୭୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ନେଇଛନ୍ତି । ବିଗତ କିଛି ଦିନ ହେଲା ସେ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଏମ୍ସରେ ଭର୍ତ୍ତି ହୋଇଥିଲେ ।

ସୀତାରାମ ୟେଚୁରୀ ଭାରତୀୟ ରାଜନୀତିର ଜଣେ ଜଣାଶୁଣା ଚେହେରା ଥିଲେ। ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସାଧାରଣ ସମ୍ପାଦକ ମଧ୍ୟ ରହିଥିଲେ । ସେ ଜଣେ ତାମିଲ ବ୍ରାହ୍ମଣ ପରିବାରରେ ୧୯୫୨ ମସିହା ଅଗଷ୍ଟ ୧୨ରେ ଜନ୍ନଗ୍ରହଣ କରିଥିଲେ । ଜରୁରୀ ପରିସ୍ଥିତି ସମୟରେ ସେ ଜେଏନୟୁର ଛାତ୍ର ଥିବାବେଳେ ଗିରଫ ହୋଇଥିଲେ । ୧୯୯୨ରୁ ସେ ସିପିଆଇ ପଲିଟିବ୍ୟୁରୋର ସଦସ୍ୟ ରହିଥିଲେ । ୟେଚୁରୀ ରାଜ୍ୟସଭା ସାଂସଦ ଥିବା ବେଳେ ୨୦୧୬ରେ ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଥିଲେ। ୟେଚୁରୀ ୧୯୭୪ମସିହାରେ ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସ୍ ଏଫ୍ ଆଇ)ରେ ଯୋଗ ଦେଇଥିଲେ। ବର୍ଷକ ମଧ୍ୟରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସଦସ୍ୟ ହୋଇଥିଲେ।

Leave a Reply

Your email address will not be published. Required fields are marked *