ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି ।
ଏହି ଜନକଲ୍ୟାଣକାରୀ ବଜେଟରେ ଭିତ୍ତିଭୂମି, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦର ଭିତ୍ତିକ ବିକାଶ, ଶିଳ୍ପାୟନ ଏବଂ ସାର୍ବଜନୀନ କ୍ରୀଡା ଭଳି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଛି ।
➡️କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭୦୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କାର୍ଯ୍ୟକ୍ରମ ବ୍ୟୟ ମୋଟ ବଜେଟ୍ ଆକାରର ୫.୬୨% ରୁ ଅଧିକ ଅଟେ ।
➡️୨୦୨୫-୨୬ ରେ ପୁଞ୍ଜି ବ୍ୟୟ ଅଟକଳ ୬୫,୦୧୨ କୋଟି ଟଙ୍କା, ଯାହା କି GSDPର ୬.୧୧ ପ୍ରତିଶତ । ଓଡ଼ିଶାର ପୁଞ୍ଜି ବ୍ୟୟର ଅନୁପାତ ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧିକ ।
➡️କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୨% ଅଧିକ ଅଟେ ।
➡️ରାଜସ୍ୱ ବଳକା GSDPର ୩% ହେବ ବୋଲି ଆକଳନ କରାଯାଇଛି; ବିତ୍ତୀୟ ନିଅଣ୍ଟ GSDPର ୩.୨% ରହିବ ବୋଲି ଆକଳନ କରାଯାଇଛି । ବର୍ଷ ଶେଷ ଋଣ ଭାର GSDPର ୧୨.୭ % ରହିବ ବୋଲି ଆକଳନ କରାଯାଇଛି ।
➡️ତେଣୁ ୨୦୨୫-୨୬ ବାର୍ଷିକ ବଜେଟ୍ ସମ୍ପୂର୍ଣ୍ଣ ଭାବେ FRBM ଅଧିନିୟମ ପରିପାଳକ ଅଟେ ।
୨୦୨୫-୨୬ ବଜେଟରେ ନୂଆ ପଦକ୍ଷେପ:
➡️ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ପାଇଁ 30 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ 153 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ବକୁଳ ବନ ଉନ୍ନୟନ ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️Cold Storage Policy ପାଇଁ 60 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ମଡେଲ ମଣ୍ଡି ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ 2603 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ପାଇଁ 200 କୋଟି ଓ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ପାଇଁ 200 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମୁଖ୍ୟମନ୍ତ୍ରି କନ୍ୟା ବିବାହ ଯୋଜନା ପାଇଁ 12 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପାଇଁ 53 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️Artificial Intelligence driven Predictive Policing and Crime Mapping ପାଇଁ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ Centre of Excellence for Cyber Security ପାଇଁ 20 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।➡️ Digital VHF System ପାଇଁ 29 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସାମୁଦ୍ରିକ ଦକ୍ଷତା ବିକାଶ ପାଇଁ 20 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସମୃଦ୍ଧ ସହର ପାଇଁ 408 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମହାନଦୀ ରିଭର ଫ୍ରଣ୍ଟ ଓ ବୁଢ଼ାବଳଙ୍ଗ ରିଭର ଫ୍ରଣ୍ଟ ବିକାଶ ପାଇଁ 150 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଓଡିଆ ପ୍ରବାସୀଙ୍କ ପାଇଁ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM) ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
➡️SUJALA ପାଇଁ 733 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସ୍ୱଚ୍ଛ ଓଡ଼ିଶା ପାଇଁ 261 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ 1100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଜୋନାଲ ଆଇଟିଆଇ ପ୍ରତିଷ୍ଠା ପାଇଁ 100 କୋଟି ଟଙ୍କା ଏବଂ ଆଇଟିଆଇରେ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoEs) ପ୍ରତିଷ୍ଠା ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଓଡ଼ିଶା AI ମିଶନ ପାଇଁ 20 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଓଡ଼ିଶା ପୋଷଣ ମିଶନ ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସୁଭଦ୍ରା ସମ୍ବେଦନା ପାଇଁ 20 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ‘ଆମେ ପଢିବା ଆମ ଭାଷାରେ’ ପାଇଁ 25 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️‘ଆମ ଶିମିଳିପାଳ ଯୋଜନା’ ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
➡️ଅଟଳ ବସଷ୍ଟାଣ୍ଡ ପାଇଁ 1266 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ଆନ୍ତଃରାଜ୍ୟ ନଦୀ ସଂଯୋଗ ପାଇଁ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
