
ସେ ଆଉ ମଧ୍ୟ କହିଛନ୍ତି ଗତକାଲି ରାତିରେ ପୋଲିସ ଏହି ନିର୍ଦ୍ଦେଶାବଳୀ ବିଷୟରେ ନାଗରିକମାନଙ୍କୁ ସୂଚନା ଦେବା ପାଇଁ ସାର୍ବଜନୀନ ଘୋଷଣା ସିଷ୍ଟମ ଏବଂ ଲାଉଡସ୍ପିକର ବ୍ୟବହାର କରିଥିଲା। ପରାମର୍ଶ ଅନୁଯାୟୀ ରାତି ୧୦ଟା ସୁଦ୍ଧା ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୂଜା ଭସାଣ ପରଠାରୁ ଏବେ ବି ସହରର ପୁଲ୍ବଜାର ସମେତ ସୁନହଟ, ଗୋଳାପୋଖରୀ ପ୍ରଭୃତି ଅଞ୍ଚଳରେ ୯ ପ୍ଲାଟୁନ ପୁଲିସ ଓ ଫୋସ ମୁତୟନ ଅଛନ୍ତି। ଜିଲାପାଳଙ୍କ ନିର୍ଦେଶ ଆଧାରରେ ଏହା ଘୋଷଣା କରାଯାଇଥିଲା। ଏହାକୁ ନେଇ ଆତଙ୍କିତ ନ ହେବାକୁ ସେ ସହରବାସୀଙ୍କୁ ନିବେଦନ କରିଛନ୍ତି।
ସୂଚନା ଯୋଗ୍ୟ; ଗତ ଶୁକ୍ରବାର ଦୁର୍ଗାପୂଜା ଭଷାଣିରେ ବିବାଦ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସୋମବାର ଠାରୁ ଲାଗୁ ହୋଇଥିବା ଏହି ନାଇଟ୍ କର୍ଫ୍ୟୁ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ସମୟରେ ସହରରେ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଜି ଏହାକୁ ମିଛ ଖବର ବୋଲି ସୂଚନା ଦେଇଛନ୍ତି ବାଲେଶ୍ବର ଏସ୍ପି।
