Oplus_131072

ଯାଜପୁର: ଯାଜପୁର ସିଡିଏମଓ ଓ ଜିଲ୍ଲା ବିଜେପି ସଭାପତିଙ୍କ ମଧ୍ୟରେ ହୋଇଥିବା ଉଚ୍ଚ ସ୍ଵରର ଏକ ବାର୍ତ୍ତାଳାପ ନିର୍ଦ୍ଧିଷ୍ଟ ଗଣ ମାଧ୍ୟମରେ ପ୍ରସାରିତ ହେଉଛି। ଏହାର ସତ୍ୟତା ଜାଣିବା ପାଇଁ ଚେଷ୍ଠା କରି ଯାହା ଜାଣିବାକୁ ପାଇଲୁ ନିହାତି ଆବଶ୍ୟକତା ଥିବା ବିଜୟ ଦାସ ନାମକ ଜଣେ କର୍ମଚାରୀର ବଦଳି ପାଇଁ ଗୈାତମ ରାୟ ବାରମ୍ବାର କହିବା ପରେ ବି ସିଡିଏମଓ ଉଦ୍ଦେଶ୍ୟମୂଳକ ଭାବେ ଆଡେ଼ଇ ଯାଆନ୍ତି।

ବିଜୟ ଦାସ ଜଣେ ଅତି ଗରିବ ଓ ଦଳିତ ପରିବାରର ଲୋକ। ତାଙ୍କ ସାନ ଭାଇ ଜଣେ ଦିବ୍ୟାଙ୍ଗ, ବିଜୟ ଦାସଙ୍କ ପତ୍ନୀଙ୍କ ହାତ ଭାଙ୍ଗିଯାଇଥିବା କାରଣରୁ ତାଙ୍କ ଗରିବ ଦଳିତ ପରିବାରଟି ଚଳିବା ବହୁତ କଷ୍ଟକର ହୋଇପଡିଛି। ବିଜୟଙ୍କ ଘର ଦଶରଥପୁର ମଙ୍ଗଳପୁର ଅଞ୍ଚଳର।ଦିବ୍ୟାଙ୍ଗ ସାନ ଭାଇ ସମ୍ପୂର୍ଣ୍ଣ  ଭାବେ ଵିଜୟ ଦାସଙ୍କ ଉପରେ ନିର୍ଭର କରନ୍ତି।ବିଜୟ ଦାସ ବିଜେପି ସମର୍ଥକ ହୋଇଥିବାରୁ ପୂର୍ବ ସରକାର ଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟରେ  ତାଙ୍କୁ ସୁକିନ୍ଦାରେ ପୋଷ୍ଟିଂ କରାଯାଇଥିଲା। ଯାହା ଫଳରେ ଦିବ୍ୟାଙ୍ଗ ସାନ ଭାଇ ଓ ରୋଗିଣା ସ୍ତ୍ରୀ ନିରାଶ୍ରୟ ହୋଇ ପଡ଼ିଛନ୍ତି। ବିଜୟ ଦାସଙ୍କ ପରିବାରର ଏ ସମସ୍ୟା ସମ୍ପର୍କିତ ଅନୁରୋଧ ପତ୍ର ପାଇବାପରେ ଶ୍ରୀଯୁକ୍ତ ରାୟ ସିଡିଏମଓଙ୍କୁ ତାଙ୍କର ବଦଳି ପାଇଁ ବାରମ୍ବାର କହିଲେ ବି କୈାଣସି ଚାପରେ ପଡ଼ି ସିଡିଏମଓ ଆଡେଇ ଚାଲିଛନ୍ତି।

ସିଡିଏମଓ ଜାଣିଛନ୍ତି ନା କେଉଁ ଚାପରେ ଜାଣି ଅଜଣା ହେଉଛନ୍ତି ଜଣେ କର୍ମଚାରୀର ବଦଳି ବେଳେ ସ୍ଵାସ୍ଥ୍ୟଗତ, ପାରିବାରିକ ନିର୍ଭରଶୀଳତା ଭଲି କଥାକୁ ମାନବିକତା ଦୃଷ୍ଟିକୋଣରୁ ବିଚାରକୁ ନିଆଯାଏ।

ଅଡିଓ ର ରେକର୍ଡ଼ିଂ ଏକ ନିର୍ଦ୍ଦିଷ୍ଟ ମିଡିଆ ପାଇଲା କେମିତି ସାଧାରଣରେ ଚର୍ଚ୍ଚା ହେଉଛି। ସିଡିଏମଓ ଜଣେ କ୍ଲାସ ଓ୍ଵାନ ଅଫିସର ହୋଇ କିପରି ଜାଣି ନାହାଁନ୍ତି ଜଣଙ୍କ ବିନା ଅନୁମତିରେ ତାଙ୍କ ଫୋନ କଲ୍ ରେକର୍ଡିଂ କରି ସାର୍ବଜନୀନ କରାଯାଇ ପାରିବ ନାହିଁ। ତାହା ପୁଣି ଏକ ନିର୍ଦ୍ଦିଷ୍ଟ ଗଣ ମାଧ୍ୟମ ପାଖରେ ପହଞ୍ଚିଲା କିପରି। ଏଥିରୁ ସ୍ପଷ୍ଟ ଭାବରେ ଜଣା ପଡୁଛି ସିଡିଏମଓ ମନ୍ଦ ଉଦ୍ଦେଶ୍ୟ ରଖି ଅନ୍ୟ କାହାକୁ ଖୁସି କରିବା ଲାଗି ଏମିତି କରିଥିବା ଚର୍ଚ୍ଚା ହେଉଛି।

ଅନ୍ୟ ପକ୍ଷରେ ଜିଲ୍ଲା ସଦରମହକୁମା ମେଡିକାଲରେ ବିଭିନ୍ନ ଠିକା ସଂସ୍ଥା ମାନଙ୍କ କାର୍ଯ୍ୟକାଳ ପୂରି ଯାଇଥିଲେ ବି ନୂଆ ଟେଣ୍ଡରକୁ ଓପନ ନକରି ନିର୍ଦ୍ଧିଷ୍ଟ ସଂସ୍ଥା ମାନଙ୍କ କାର୍ଯ୍ୟକାଳ ବଢାଇ ଚାଲିଛନ୍ତି ଏଥିରୁ ଦୁର୍ନୀତିର ଗନ୍ଧ ବାରି ହେଉଛି।

ସର୍ଭିସ୍ ଆକ୍ଟ କୁ ବେପରୁଆ ଭାବେ ଦଳି ମକଚି କିଛି ପ୍ରାଇଭେଟ୍ ସଂସ୍ଥାଙ୍କୁ ଅନୁକମ୍ପା ଦେଖାଇ କିଛି ଡାକ୍ତରଙ୍କୁ ନିର୍ଦ୍ଧିଷ୍ଟ ଭାବେ ସଦର ମହକୁମା ହସ୍ପିଟାଲରେ ରଖାଯାଉଛି।

ମେଡିକାଲରେ ଅନେକ ସମସ୍ୟା ଥିଲେ ବି ସିଡିଏମଓ ସେଥିପ୍ରତି ଆଖି ବୁଜି ଦେଇ ବିଜେଡିର ଜଣେ ନେତାଙ୍କ ବୋଲକରା ସାଜିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *