ପଣ୍ଡା, କନ୍ଧମାଳ ପାଇଁ ପଣ୍ଡିତ କୁମାର ବିସ୍‌ମାଝୀ, ଖୋର୍ଦ୍ଧା ପାଇଁ ବିଶ୍ବରଞ୍ଜନ ବଡ଼ଜେନା, କୋରାପୁଟ ପାଇଁ ଶିବ ମୁଦୁଲି ଓ ନୟାଗଡ଼ ପାଇଁ ତାପସ ରଞ୍ଜନ ମାର୍ଥାଙ୍କୁ ବିଜେପି ଜିଲ୍ଲା ସଭାପତି କରିଛି ଭାରତୀୟ ଜନତା ପାର୍ଟି ।

ରାଜ୍ୟରେ ବିଜେପିର ମୋଟ ୩୭ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ୩୬ଟିରେ ସଭାପତି ଘୋଷଣା ଶେଷ। ଗୋଟିଏ ମାତ୍ର ସମ୍ବଲପୁର ସାଂଗଠନିକ ଜିଲ୍ଲା ପାଇଁ ବର୍ତ୍ତମାନ ସୁଦ୍ଧା ସଭାପତି ଘୋଷଣା କରାଯାଇନାହିଁ । ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ଏହି ସାଂଗଠନିକ ଜିଲ୍ଲା  ପାଇଁ ସଭାପତି ପଦ ଘୋଷଣା ହୋଇନଥିବା ଚର୍ଚ୍ଚା ହେଉଛି। ବିଧାୟକ ଜୟନାରାୟଣ ମିଶ୍ର ଓ ବର୍ତ୍ତମାନର ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ମଧ୍ୟରେ ମନମାଳିନ୍ୟ ରହିଛି। କେବେ ଏହି ସାଂଗଠନିକ ଜିଲ୍ଲା ପାଇଁ ରାଜ୍ୟ ନେତୃତ୍ବ ସଭାପତି ଘୋଷଣା କରୁଛନ୍ତି ତା ଉପରେ ନଜର ରହିଛି ।

Leave a Reply

Your email address will not be published. Required fields are marked *