ପହଲଗାମ ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତୀୟ ସେନାର ଅପରେସନ ସିନ୍ଦୁରର ଐତିହାସିକ ସଫଳତା ପାଇବା ପରେ ଆମ ବୀର ସୈନିକ ମାନଙ୍କ ପରାକ୍ରାମ ସାରା ବିଶ୍ୱ ଦେଖିଥିଲା।ଆମ ବୀର ସୈନିକ ମାନଙ୍କ ମନବଳ ବଢାଇବା ସହ ସେମାନଙ୍କୁ ଦେଶସାରା ସଂମ୍ମାନ ଜଣାଉଥିବାବେଳେ ଆଜି ଯାଜପୁର ବିଜେପି ପକ୍ଷରୁ ରୁ ଆମ ବୀର ସୈନିକ ମାନଙ୍କ ସଂମ୍ମାନ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲା ପ୍ରାକ୍ତନ ସଭାପତି ତଥା ବରିଷ୍ଠ ବିଜେପି ନେତା ଗୌତମ ରାୟଙ୍କ ନେତୃତ୍ୱରେ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାଜପୁର ସଂସ୍କୃତି ଭବନ ଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିବାବେଳେ ଗାନ୍ଧିଛକ, ମେଡିକାଲ ଛକ, ଗାରିଆପୁର, ବଡବଜାର ମଧ୍ୟଦେଇ ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଯାଜପୁରର ବରିଷ୍ଠ ବିଜେପି ନେତା ଗୌତମ ରାୟଙ୍କ ସହ ଆଜିର ମୁଖ୍ୟ ଆକର୍ଷଣ ଯାଜପୁର ସାଂସଦ ରବିନାରାୟଣ ବେହେରା ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ବିଜେପି ସଭାନେତ୍ରୀ ଦେବଯାନୀ ପ୍ରଧାନ,ଯାଜପୁର ନଗର ସଭାପତି,ଦଶରଥପୁର ବ୍ଲକର ୬ନମ୍ବର ଜୋନ ବିଜେପି ମଣ୍ଡଳ ସଭାପତି ପତିତପାବନ ମହାନ୍ତି,୪ନମ୍ବର ଜୋନ ମଣ୍ଡଳ ସଭାପତି, ୫ନମ୍ବର ଜୋନ ସଭାପତି, ୭ନମ୍ବର ଜୋନ ମଣ୍ଡଳ ସଭାନେତ୍ରୀ,ବରିଷ୍ଠ ବିଜେପି ନେତା ସୁବାଷ ମହାନ୍ତି,ଯୁବ ବିଜେପି ନେତା ଇନ୍ଦ୍ରଜିତ ଦାସ ପ୍ରମୁଖ ବିଜେପିର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ଅବସରପ୍ରାପ୍ତ ସେନା କର୍ମଚାରୀ, ରୋଟାରୀୟାନ, ଓକିଲ, ବୁଦ୍ଧିଯିବିଙ୍କ ସମେତ ପ୍ରାୟ ପାଞ୍ଚ ହାଜର ବିଜେପି କର୍ମୀ ହାତରେ ଜାତୀୟ ପତାକା ଧରି ଭାରତ ମାତା କି ଜୟ, ଭାରତୀୟ ବୀର ଯବାନ କି ଜୟ, ଅପରେସନ ସିନ୍ଦୁର କି ଜୟ ଜୟ ଧ୍ୟନିରେ ବଜାର ପ୍ରକମ୍ପିତ ହୋଇଥିଲା।କାର୍ଯ୍ୟକ୍ରମ ଶେଷରେ ଅବସରପ୍ରାପ୍ତ ବୀର ସୈନିକ ମାନଙ୍କୁ ଯାଜପୁର ସାଂସଦ, ଯାଜପୁର ଜିଲ୍ଲା ସଭାନେତ୍ରୀ, ଗୌତମ ରାୟ ଉତ୍ତରୀୟ ପ୍ରଦାନକରି ସଂମ୍ମାନିତ କରିଥିଲେ।

