ଯାଜପୁର ଜିଲ୍ଲା ବିଝାଂରପୁର ବ୍ଲକରେ ବଡ଼ ଧରଣର ଭତ୍ତା କେଳେଙ୍କାରୀ । ହଜାରେ କି ଲକ୍ଷେ ନୁହେଁ। ୯୦ ଲକ୍ଷ ଟଙ୍କାର ଭତ୍ତା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

BSSO ତଥା ବ୍ଲକ ସୋସିଆଲ ସିକ୍ୟୁରିଟି ଅଫିସର ଧର୍ମେନ୍ଦ୍ର ସାହୁଙ୍କ ନାଁରେ ଏତଲା ଦେଇଛନ୍ତି ବିଡିଓ ଦିବ୍ୟେନ୍ଦୁ କୁମାର ସାହୁ।

ଏତଲାରେ ସେ ଦର୍ଶାଇଛନ୍ତି ଯେ, ବୟସ ହୋଇନଥିବା ୯୯୦ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଯାହାର ମୋଟ୍ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଟାମ୍ପରିଂ କରି ବୟସ ହୋଇନଥିବା ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହାର ତଦନ୍ତ କରାଯିବା ସହ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ବିଡିଓ ।

Leave a Reply

Your email address will not be published. Required fields are marked *