ଯାଜପୁର: ଡିଏସ୍‌ପି ବଳରାମ ନାୟକ। ଆଜି ଯାଜପୁରରେ ଦୀର୍ଘଦିନର କର୍ମମୟ ଜୀବନରୁ ବିଦାୟ ନେଇଥାନ୍ତେ। ଜଗତସିଂପୁର ଏସ୍‌ଡିପିଓ ଭାବେ ବଦଳି ନେଇ ପୂର୍ବରୁ ତାଙ୍କୁ ଚିଠି ଆସି ସାରିଥିଲା। ଏଥି ପାଇଁ ଏକ ଭବ୍ୟ ସମାରୋହରେ ତାଙ୍କୁ ଯାଜପୁର ପୁଲିସ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥାନ୍ତା। କାର୍ଯ୍ୟକ୍ରମରେ ବରିଷ୍ଠ ପୁଲିସ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥାନ୍ତେ। ଡିଏସ୍‌ପି ବଳରାମ ନାୟକ ମଧ୍ୟ ଯାଜପୁର ଜିଲ୍ଲାରେ କାମ କରିଥିବାର ଅନୁଭୂତି ବଖାଣିଥାନ୍ତେ। ତାଙ୍କର ବାଣୀ ମଧ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଥାନ୍ତା। କିନ୍ତୁ ଦୁଃଖ ଓ କ୍ଷୋଭର ବିଷୟ ଯେ, ବଳରାମ ବିଦାୟକାଳୀନ ସମ୍ବର୍ଦ୍ଧନା ଗ୍ରହଣ କରିବା ପୂର୍ବରୁ ଚିରଦିନ ପାଇଁ ବିଦାୟ ନେଇଛନ୍ତି। ତାଙ୍କର ପରଲୋକରେ ପରିବାର, ଯାଜପୁର ପୁଲିସ ଓ ଆତ୍ମୀୟ ସଜ୍ଜନ ଗଭୀର ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି। ପୀଡିତ ପରିବାର ଦୁଃଖର ଦରିଆରେ ଭାସୁଛି।