ସେଥିପାଇଁ ପ୍ରତିବର୍ଷ ସାରା ଭାରତରେ ଡିସେମ୍ବର ୨୫ତାରିଖ, ତାଙ୍କ ଜନ୍ମ ଜୟନ୍ତୀକୁୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ଦିବସ ପାଳନ କରିବା ସହ ‘ଅଟଳ ସମ୍ମାନ -୨୦୨୪’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ଚଳିତ ବର୍ଷ ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିମ୍ବାଧର କୁଅଁରଙ୍କୁ ୯ମ “ଅଟଳ ସମ୍ମାନ -୨୦୨୪”ରେ ସମ୍ମାନିତ କରାଯାଇଥିଲା ।
ସେହିଭଳି ବିଶିଷ୍ଟ କବୟତ୍ରୀ କାନନବାଳା ପଟ୍ଟନାୟକଙ୍କୁ “ଅଟଳ କବିତା ସମ୍ମାନ -୨୦୨୪”, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀଙ୍କୁ “ଅଟଳ ସାମ୍ବାଦିକ ସମ୍ମାନ-୨୦୨୪” ଏବଂ ବିଶିଷ୍ଟ ସମାଜସେବୀ ରୁଦ୍ର ନାରାୟଣ ମହାପାତ୍ରଙ୍କୁ “ଅଟଳ ସେବା ସମ୍ମାନ -୨୦୨୪”ରେ ସମ୍ମାନିତ କରାଯାଇଛି ।
କାର୍ଯ୍ୟକ୍ରମ ଅବସରରେ ଅଟଳଜୀଙ୍କ ଜୀବନୀ ଉପରେ ଆଧାରିତ ପ୍ରଦର୍ଶନୀ ଏବଂ ବାଜପେୟୀଜିଙ୍କ ବାଲୁକା କୃତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉଦ୍ଘାଟନ କରିଥିଲେ ।