ଅଦିିନିଆ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଏହାର ଅନୁଧ୍ୟାନ କରିବାକୁ ଆଜି ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଶେରଗଡ଼ରେ ପହଞ୍ଚିବା ପରେ ସେ ତାକରଡ଼ା ଅଞ୍ଚଳ ଏହା ପରେ ହିଞ୍ଜିଳି ବ୍ଲକର ପୋଡ଼ିଙ୍ଗି , ଆସିକା ଓ କବିସୂର୍ଯ୍ୟନଗରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ।
ଗଞ୍ଜାମ ଜିଲ୍ଲାରେ ପହଞ୍ଚିବା ପରେ ଗଜା ଧାନ ଦେଖାଇ ନବୀନ ପଟ୍ଟନାୟକଙ୍କ ଆଗରେ କାନ୍ଦି ପକାଇଥିଲେ ଚାଷୀ। ନିଜ ନିଜର ଦୁର୍ଦ୍ଦଶା କଥା ନବୀନଙ୍କ ଆଗରେ ଗୁହାରୀ କରିଥିଲେ। ଏହାପରେ ବିଭିନ୍ନ ସମସ୍ୟା ଦେଖି ଏପରି ଅସମୟରେ ଚାଷୀଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସେ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି ନବୀନ ପଟ୍ଟନାୟକ।
ଏହା ସହ ଚାଷୀଙ୍କ ସହିତ ଆଲୋଚନା କରିବା ବେଳେ ନବୀନ ପଟ୍ଟନାୟକ କହିଛନ୍ତି, ଅଦିିନିଆ ବର୍ଷାରେ ଚାଷୀଙ୍କ ବ୍ଯାପକ କ୍ଷତି ହୋଇଛି। ଅମଳ ସମୟରେ ଫସଲହାନୀ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଗଞ୍ଜାମ ଜିଲ୍ଲା ଗସ୍ତରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଅଞ୍ଚଳ ବୁଲି ଚାଷୀଙ୍କ ଦୁଃଖ ବୁଝିଲି। ସରକାର ବର୍ତ୍ତମାନ ସମୟରେ ଚାଷୀଙ୍କ ଭରସା ସାଜି ଠିଆ ହୁଅନ୍ତୁ, ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଅନ୍ତୁ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି ।