Oplus_131072

ଡେସ୍କ: ୟୁନେସ୍କୋ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ୪୬ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନରେ ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ୭ଟି ନୂଆ ସ୍ଥାନକୁ ସାମିଲ କରିଛି। ଜାପାନର ସାଡୋ ଦ୍ୱୀପ ଗୋଲ୍ଡ ମାଇନ୍ସ, ଚୀନର ବେଜିଂ ସେଣ୍ଟ୍ରାଲ ଆକ୍ସିସ୍, ଥାଇଲାଣ୍ଡର ଫୁ ଫ୍ରାବାଟ ହିଷ୍ଟ୍ରିକାଲ ପାର୍କ, ରୁଷିଆର କେନୋଜେରୋ ହ୍ରଦ ଲ୍ୟାଣ୍ଡସ୍କେପ୍, କେନିଆର ଐତିହାସିକ ସହର ଏବଂ ଗେଡିର ପ୍ରତ୍ନତାତ୍ଵିକ ସ୍ଥଳୀ, ଦକ୍ଷିଣ ଆଫ୍ରିକାର ନେଲସନ ମଣ୍ଡେଲା ଲିଗେସି ସାଇଟ୍ ସ ଫର ହ୍ୟୁମାନ ରାଇଟ୍ସ, ଲିବରେସନ୍ ଆଣ୍ଡ ରିକନ୍ସିଲିଏସନ୍ ଏବଂ ମାଲେସିଆର ନିଆହ ନ୍ୟାସନାଲ ପାର୍କ ଗୁମ୍ଫା କମ୍ପ୍ଲେକ୍ସକୁ କମିଟି ଦ୍ୱାରା ଚୟନ କରାଯାଇଛି। ଏହି ସମସ୍ତ ସ୍ଥାନକୁ “ସାଂସ୍କୃତିକ” ବର୍ଗରେ ଚୟନ କରାଯାଇଛି।

Leave a Reply

Your email address will not be published. Required fields are marked *